ମା’ ସମଲେଶ୍ବରୀ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ନୂଆଖାଇ ପର୍ବ ପାଳନ ଆସନ୍ତା ୨୦ରେ
1 min read
ମା’ ସମଲେଶ୍ବରୀ ଚାରିଟେବଲ ଟ୍ରଷ୍ଟ୍ ପକ୍ଷରୁ ଆସନ୍ତା ବୁଧବାର ଅର୍ଥାତ୍ ୨୦ ସେପ୍ଟେମ୍ବର ୨୦୨୩ ଦିନ ମହାସମାରୋହରେ ପାଳିତ ହେବାକୁ ଯାଉଛି ପବିତ୍ର ନୂଆଁଖାଇ ବା ନବାନ୍ନ। ଏହି ଅବସରରେ ହନୁମାନ ବାଟିକା ସ୍ଥିତ ମା’ ସମଲେସ୍ୱରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ପୁଜାର୍ଚ୍ଚନା ଚହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସମ୍ମୀଳନୀରେ ଟ୍ରଷ୍ଟ୍ର ପ୍ରତିଷ୍ଠାତା ଅଧ୍ୟକ୍ଷା ତଥା ସମାଜସେବୀ ପଦ୍ମିନୀ ପାଣିଗ୍ରାହୀ, ସଦସ୍ୟ ଅନୁଶ୍ରୀ ଦାଶ ଓ ଅନ୍ୟତମ ସଦସ୍ୟ ତଥା ଆର୍ଏସପିରୁ ଅବସର ନେଇଥିବା ବରିଷ୍ଠ ଅଧିକାରୀ ଅଜିତ ମୋହନ ପୂଜାରୀ ପ୍ରମୁଖ ଉପସ୍ଥିତ ରହି ନୂଆଖାଇ ପାଳନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ସୂଚନା ମୁତାବକ ଲଗ୍ନ ମୁତାବକ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ୨୦ ତାରିଖ ଦିନ ସକାଳ ୧୦ଟାରୁ ୧୧ଟା ମଧ୍ୟରେ ସମ୍ପନ୍ନ ହେବ। ଏହା ସହିତ ଏହି ଅବସରରେ ପାରମ୍ପରିଇକ ନୃତ୍ୟ ଓ ଗୀତ ସହିତ ପଞ୍ଚବାଦ୍ୟ ପ୍ରଦର୍ଶନ ଅନ୍ୟତମ ଆକର୍ଷଣ ହେବ ଏଥିରେ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଯୋଗଦେବା ପାଇଁ ଆୟୋଜକମାନେ ଅନୁରୋଧ କରିଛନ୍ତି।