ରେଳ ବିଭାଗର ଚରମ ଅବହେଳା : ରାଉରକେଲା ରେଳ ଷ୍ଟେସନର ଓଡ଼ିଆ ନାମ ଦେଖାଯାଉନାହିଁ

1 min read
Spread the love

ଓଡ଼ିଆପ୍ରେମୀ ଅନୁଷ୍ଠାନମାନଙ୍କର ନୀରବତାକୁ ନେଇ ଆଲୋଚନା

ଗତ ପ୍ରାୟ ଦୁଇମାସ ଧରି ରାଉରକେଲା ସହରରେ ଥିବା ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ଉପରେ ଥିବା ଓଡ଼ିଆରେ ‘ରାଉରକେଲା’ ନାମ ବିକୃତ ଦେଖାଯାଉଛି। ପ୍ରଥମେ ରାଉରକେଲା ଶବ୍ଦର ଅଧା ଅର୍ଥାତ୍‌ ‘ରାଉ’ ଆଲୋକିତ ଦେଖାଯାଉଥିଲାବେଳେ ‘ରକେଲା’ ଦେଖାଯାଉ ନଥିଲା।  

ସମ୍ପ୍ରତି ପୂର୍ବରୁ ଦେଖାଯାଉଥିବା ‘ରାଉ’ ର ଆଲୋକ ଏବେ ଲିଭିଯାଇଛି। ଏହାକୁ ନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଅବଗତ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ଏହି ସମସ୍ୟା ଦୂର ହେବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ।

ଏହା ସତ୍ତ୍ୱେ ସୁଦ୍ଧା ଦୁଇମାସରୁ ଅଧିକ ଧରି ରାଉରକେଲା ଶବ୍ଦର ନାମ ବିକୃତ ଦେଖା ଯିବାକୁ ନେଇ ସହରର କୌଣସି ଅନୁଷ୍ଠାନ ଓ ତଥାକଥିତ ଓଡ଼ିଆ ଭାଷାପ୍ରେମୀ ଅନୁଷ୍ଠାନ ଚୁପ୍‌ ରହିବା ପ୍ରସଙ୍ଗ ଆଲୋଚନାର ବିଷୟ ହୋଇଛି।

Leave a Reply

Your email address will not be published. Required fields are marked *

error: Content is protected !!