ଏକତ୍ର ରାଉରକେଲା ପକ୍ଷରୁ ନାଟକ ପଠନ କାର୍ଯ୍ୟକ୍ରମ
1 min read
ଗତ କିଛିଦିନ ପୂର୍ବରୁ ରାଉରକେଲାରେ ଥିବା ୨୪ଟି ବିଭିନ୍ନ ନାଟ୍ୟ ଅନୁଷ୍ଠାନକୁ ମିଳିତ କରି ଗଠିତ ହୋଇଥିଲା ସଙ୍ଗଠନ ‘ଏକତ୍ର’। ଏକତ୍ର ଆନୁକୂଲ୍ୟରେ ଶନିବାର ଦିନ ସହରର ଛେଣ୍ଡ୍ କଲୋନୀ ଅଞ୍ଚଳର ଗୋପବନ୍ଧୁ ପାଠାଗାର ପରିସରରେ ଏକ ନାଟକ ପଠନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଉରକେଲା ସହରର ନାଟ୍ୟ ସଙ୍ଗଠନ ‘ଉତ୍କଳୀ ସାଂସ୍କୃତିକ ଶିଳ୍ପୀ’ ପକ୍ଷରୁ ସଙ୍ଗଠନର ସାଧାରଣ ସମ୍ପାଦକ ବିଲୋଚନ ପାତ୍ର ନାଟକଟିକୁ ପଠନ କରିଥିଲେ। ଏହି ପଠନ ସମୟରେ ନାଟକ ମଞ୍ଚସ୍ଥ ଭଳି ଏକ ପରିବେଶ ଓ ମଞ୍ଚ ପ୍ରସ୍ତୁତ କରାଯାଇଥିଲା। ସୁଷମା ଦେଶପାଣ୍ଡେଙ୍କ ଦ୍ୱାରା ମୁଳ ମରାଠୀ ରଚନାକୁ ଓଡ଼ିଆରେ ଅନୁବାଦିତ କରିଛନ୍ତି ରତ୍ନମାଳା ସ୍ୱାଇଁ।

ଆରତ ମାଝୀଙ୍କ ମଞ୍ଚସଜ୍ଜା ଓ ସାଗର ସ୍ୱରୂପ ସ୍ୱାଇଁଙ୍କ ଆଲୋଚ ସଜ୍ଜା ସହିତ ଶ୍ରୀକାନ୍ତ ଷଡ଼ଙ୍ଗୀ ଏବଂ ତ୍ରଇପତି ନାରାୟଣ ମିଶ୍ରଙ୍କ ସଙ୍ଗୀତ ପରିବେଷଣ ଏହି ନାଟକ ପଠନକୁ ବେଶ୍ ନାଟକୀୟ କରିଥିଲା। ଏହି ଅବସରରେ ଅକତ୍ର ଅନୁଷ୍ଠାନର ସଦସ୍ୟ ଓ କର୍ମକର୍ତ୍ତାଙ୍କ ସମେତ ବିଭିନ୍ନ ବର୍ଗର ବ୍ୟକ୍ତି ଉପସ୍ଥିତ ଥିଲେ। ‘ତା ମା’ର କାହାଣୀ’ ଶୀର୍ଷକ ଏହି ନାଟକ ଜଣେ ମା’ର କାହାଣୀ କୁ ବେଶ୍ ଭାବବିହ୍ୱଳ ଢଙ୍ଗରେ ପରିବେଷିତ ହୋଇଥିଲା।