ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ଶ୍ରମିକଙ୍କ ଶିକ୍ଷା ଦିବସ ପାଳିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଓ  ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଅଧିନସ୍ଥ ଡ଼ିଟିଏନବିଡବ୍ଲୁଇଡ଼ି ଆଞ୍ଚଳିକ ନିର୍ଦ୍ଦେଶାଳୟ, ରାଉରକେଲାର ମିଳିତ ଆନୁକୂଲ୍ୟରେ ସେକ୍ଟର ୫ ସ୍ଥିତ ଦୀକ୍ଷା ଇସ୍ପାତ ସୁରକ୍ଷା କୌଶଳ କେନ୍ଦ୍ରରେ ଶ୍ରମିକଙ୍କ ଶିକ୍ଷା ଦିବସ ପାଳିତ ହୋଇଯାଇଛି। ଏଥିରେ ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ତଥା ଡ଼ିଟିଏନବିଡବ୍ଲୁଇଡ଼ି ରାଉରକେଲାର ଆଞ୍ଚଳିକ ଉପଦେଷ୍ଟା କମିଟିର ଅଧ୍ୟକ୍ଷ ପି କେ ଶତପଥୀ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଆଞ୍ଚଳିକ ଶ୍ରମ କମିଶନର (ରାଉରକେଲା) ଏସ୍ କେ ସେଠୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ସିଜିଏମ ବିରେନ୍ଦ୍ର କୁଲୁ, କାର୍ମିକ ବିଭାଗର ଜିଏମ୍ ସଞ୍ଜୟ ମେହରୋତ୍ରା, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଆଞ୍ଚଳିକ ନିର୍ଦ୍ଦେଶାଳୟ ଏବଂ ଆରଏସପିର ଅନ୍ୟ ବରିଷ୍ଠ ଅଧିକାରୀ ଓ ପ୍ରଶିକ୍ଷକମାନେ ଉପସ୍ଥିତ ଥିଲେ। ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଡ଼ିଟିଏନବିଡବ୍ଲୁଇଡ଼ି ର ପ୍ରୟାସର ପ୍ରଶଂସା କରିଥିଲେ। ଠିକା ଶ୍ରମିକମାନଙ୍କୁ ସୁରକ୍ଷା ତାଲିମ ଦେବାରେ ଆରଏସପି ଏବଂ ଡ଼ିଟିଏନବିଡବ୍ଲୁଇଡ଼ି ର ମିଳିତ ଉଦ୍ୟମ ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ଯାହା କର୍ମକ୍ଷେତ୍ରରେ ଫଳପ୍ରଦ ପ୍ରମାଣିତ ହୋଇଛି।  ଏହି ଅବସରରେ ଶ୍ରୀ ସେଠି ଶ୍ରମିକମାନଙ୍କ ଅଧିକାରର ମୌଳିକ ଜ୍ଞାନ  ଜାଣିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶ୍ରମିକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ଡ଼ିଟିଏନବିଡବ୍ଲୁଇଡ଼ି ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!