ଦ ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ
1 min read
ସାମାଜିକ ସଙ୍ଗଠନ ଦ ହ୍ୟୁମାନିଟି ଫାଉଣ୍ଡେସନ ପକ୍ଷରୁ ରାଉରକେଲା ସହରର ସେକ୍ଟର-୧ ସ୍ଥିତ ଗଞ୍ଜୁ ବସ୍ତି ଅଞ୍ଚଳରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଯାଇଛି । ଜୟ ପ୍ରକାଶ ହସ୍ପିଟାଲ ଓ ଲାଏନ୍ସ କ୍ଲବ ଅଫ୍ ସ୍ମାର୍ଟ ସିଟି ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମଟି ଫାଉଣ୍ଡେସନର ସଭାପତି ଦିପ୍ତିମୟୀ ସୁନ୍ଦରାୟ ଓ କଲ୍ୟାଣୀ ଦାସ ଙ୍କ ନେତୃତ୍ୱରେ ହୋଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଏହା ସହିତ ପ୍ରାୟ ୭୫ଟି ଚାଷମା ମାଗଣାରେ ବିତରଣ କରା ଯାଇଥିଲା ।

ସେହିଭଳି ୫ ଜଣ ବୃଦ୍ଧାଙ୍କୁ ମାଗଣାରେ ମୋତିଆ ବିନ୍ଦି ଅପରେସନ ପାଇଁ ଜୟ ପ୍ରକାଶ ହସ୍ପିଟାଲକୁ ପଠା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅରୁନ୍ଧତୀ ସ୍ବାଇଁ, ଲିନା ବିଶ୍ଵାଳ, ଗରିମା ପତ୍ରୀ, ଶୁଭଶ୍ରୀ ସ୍ବାଇଁ, ପ୍ରଦୀପ ସ୍ୱାଇଁ, ପ୍ରିୟଙ୍କା ପାଣି, ଶଶିଲତା କର, କାମିନୀ ମହତ୍, ସୁଶ୍ରୀ ଚନ୍ଦ୍ରମା, ବିଜୟାନନ୍ଦ ସୁନ୍ଦରାୟ ଓ ସୁରେଶ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।