ଅଟୋ ଚାଳକଙ୍କ ଦବଙ୍ଗଗିରି : ଗୃହରକ୍ଷୀଙ୍କୁ ଧକ୍କା ସହିତ ମଡ଼ ମାରିବା ଅଭିଯୋଗ
1 min read
ରାଉରକେଲା ସହରର ପୁରୁଣା ଟାକ୍ସି ଷ୍ଟାଣ୍ଡ୍ ଅଞ୍ଚଳରେ ଜଣେ ଅଟୋ ଚାଳକର ଦବଙ୍ଗଗିରି ଚର୍ଚ୍ଚାର ବିଷୟ ହୋଇଛି l ସୂଚନା ମୁତାବକ ଜଗଦୀଶ ସିଂହ ନାମକ ଜଣେ ଅଟୋ ଚାଳକ ଅନେକ ସମୟରେ ରାସ୍ତା ଉପରେ ଗାଡ଼ି ଠିଆ କରିବାକୁ ନେଇ ପିସିଆର୍ ଭ୍ୟାନ୍ରେ କାର୍ଯ୍ୟରତ ପ୍ରକାଶ କୁମାର ବାରିକ ନାମକ ଜଣେ ଗୃହରକ୍ଷୀ ପ୍ରତିବାଦ କରିବା ସହ ଅଟୋ ଏବଂ ଅଟୋ ଚାଳକର ଫୋଟୋ ଉଠାଇଥିଲେ l ଏହାକୁ ନେଇ ଜଗଦୀଶ ଉତ୍କ୍ଷିପ୍ତ ହେବା ସହ ପ୍ରକାଶଙ୍କୁ ଧକ୍କା ମାରିବା ସହ ଠେଲା ପେଲା କରିଥିଲେ l ଏହାପରେ ଗୃହରକ୍ଷୀ ପ୍ରକାଶ ଘଟଣା ସମ୍ପର୍କରେ ଥାନାରେ ଏକ ଅଭିଯୋଗ କରିଛନ୍ତି l ଅଭିଯୋଗ ପରେ ଜଗଦୀଶକୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି l