ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ପ୍ରଥମ ରାଜ୍ୟ ଅଧିବେଶନ ଅନୁଷ୍ଠିତ
1 min read
ସାମାଜିକ ସଙ୍ଗଠନ ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ପ୍ରଥମ ରାଜ୍ୟ ଅଧିବେଶନ ରାଉରକେଲା ସହରର ସେକ୍ଟର-୨ ସ୍ଥିତ ମାକ୍ସମୁଲାର ଭବନଠାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଭାରତ ମୁକ୍ତି ମୋର୍ଚ୍ଚା ମହିଳା ସଂଘର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ମଧୁମିତା ବାଗ୍ଦି ଅଧ୍ୟକ୍ଷତା କରିଥିଲେ l

ଏହି ଅଧିବେଶନରେ ମହିଳାମାନଙ୍କ ବିଭିନ୍ନ ସମସ୍ୟା ସହିତ ଦଳିତମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ଏବଂ ମାନବ ଚାଲାଣର କରାଳ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା l ଏହି ଅଧିବେଶନକୁ ସଫଳ କରିବାରେ ଗୋପାଳ ଜେନା, ବାବୁଲା ବାରିକ, ଭରତ ଚନ୍ଦ୍ର ସିଂହ, ବନବିହାରୀ ନାଗ, କମଳିନୀ ୟାଦବ, ସୁଷମା ଲାକ୍ରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ l