ମ୍ୟୁଜିକ ସର୍କଲ ପକ୍ଷରୁ ଗଙ୍ଗାଧର ଜୟନ୍ତୀ ପାଳିତ

1 min read
Spread the love

ରାଉରକେଲା ସହରର ଅନ୍ୟତମ ଗୁରୁତ୍ବପୂର୍ଣ୍ଣ କଳା ଓ ସଂସ୍କୃତି ଅନୁଷ୍ଠାନ ମ୍ୟୁଜିକ ସର୍କଲ ଆନୁକୂଲ୍ୟରେ ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ସଂସଦର ମେହେର ଭବନ ପରିସରରେ ପାଳିତ ହୋଇଯାଇଛି। ସଂସଦର ସାଧାରଣ ସମ୍ପାଦିକା ଅଳକା ଚାନ୍ଦଙ୍କ ଆବାହକତ୍ବରେ ଏବଂ ବରିଷ୍ଠ ଶିକ୍ଷାବିତ୍ ଡଃ କିଶୋରୀ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସାରସ୍ବତ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଶିକ୍ଷାବିତ୍, ଲେଖକ, ସ୍ତମ୍ଭକାର, ପ୍ରଫେସର ଡଃ ଛାୟାକାନ୍ତ ଷଡ଼ଙ୍ଗୀ ଯୋଗଦେଇ ଗଙ୍ଗାଧରଙ୍କ ସୃଷ୍ଟିରେ ‘ଈଶ୍ୱର ଚେତନା ଓ ଭକ୍ତି’ ଶୀର୍ଷକରେ ଆଲୋଚନା ରଖି କହିଲେ ଯେ, ଗଙ୍ଗାଧର ବିଶ୍ବ ଚେତନାର ପୂଜାରୀ ଥିଲେ ବୋଲି କହିଥିଲେ। ସମଗ୍ର ସୃଷ୍ଟିରେ ଈଶ୍ୱର ଏକ ଓ ଅଭେଦ୍ୟ। ପାରମ୍ପରିକ ଧର୍ମୀୟ ସଂକୀର୍ଣ୍ଣତାର ଊର୍ଦ୍ଧ୍ବକୁ ଉଠି ସେ ବସୁଧୈବ କୁଟୁମ୍ବକମ୍ ର ଚିନ୍ତା ଚେତନାକୁ ନିଜ ଲେଖନୀରେ ପରିସ୍ଫୁଟ କରିଥିଲେ ବୋଲି ପ୍ରଫେସର ଷଡ଼ଙ୍ଗୀ କହିଥିଲେ। ଏହା ସହିତ ଗଙ୍ଗାଧରଙ୍କ ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ପାଇଁ କରାଯାଉଥିବା କାର୍ଯ୍ୟ ସମ୍ପର୍କରେ ସ୍ମୃତିଚାରଣ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି, ବିଶିଷ୍ଟ  ସମାଜସେବୀ ଇଂ. ଅଭୟ କୁମାର ଦାସ ଅନୁଷ୍ଠାନର ଦୀର୍ଘ ୪୭ ବର୍ଷର ଐତିହ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ତଥା ହୃଷିକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ  କରିଥିଲେ।

ଏହି ଅବସରରେଅତିଥି ମାନେ ଗଙ୍ଗାଧରଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିବାବେଳେ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ ଏବଂ କୁନି କଳାକାର ମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ସଭାର ଦ୍ବିତୀୟ ପର୍ଯ୍ୟାୟରେ କବି ସୁଶାନ୍ତ ନାୟକ ଏବଂ ସ୍ବସ୍ତି କରଙ୍କ ସଂଯୋଜନାରେ ସହରର ବିଭିନ୍ନ ବର୍ଗର କବିମାନେ ସ୍ବରଚିତ କବିତା ପାଠ କରିଥିଲେ୤ ଏଥିରେ କବି ମୀନକେତନ ପଶାୟତ, ଅଶୋକ କୁମାର ପଟ୍ଟନାୟକ, ରଶ୍ମି ସାହୁ, ତ୍ରିଲୋଚନ ସ୍ବାଇଁ, ପ୍ରଭାତ ନଳିନୀ ସାହୁ,   ଗୌତମ ଦାସ,  ପ୍ରତାପ କୁମାର ପଣ୍ଡା, ହୃଷୀକେଶ ସାହୁ, ଅଭିରାମ ପ୍ରଧାନ, ଅଜୟ କୁମାର ମହାନ୍ତି, ସୁଶ୍ରୀ ସଙ୍ଗୀତା ଦାଶ, କାମିନୀ ମହନ୍ତ, ସୁଶାନ୍ତ କୁମାର ନାୟକ, ଗଦାଧର ରଥ, କୁଞ୍ଜବିହାରୀ ରାଉତ, ଡଃ କିଶୋରୀ ଦାଶ, ସୁପ୍ତି କର ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ ।

ଅନୁଷ୍ଠାନର କର୍ମକର୍ତ୍ତା ବିବେକାନନ୍ଦ ପଣ୍ଡା, ଲକ୍ଷ୍ମଣ ନାଥ ଦାସ,  ବାବାଜୀ ଚରଣ ବିଶ୍ବାଳ, ବି.ଚନ୍ଦ୍ରଶେଖର ରାଓ, ଲାୟନ୍ ରାକେଶ ସିଂହ, ଅଜୟ ପଟ୍ଟନାୟକ, ଉମାକାନ୍ତ ମଲ୍ଲିକ, ଚକ୍ରଧର ମହାରଣା, କିଶୋର ନାୟକ, ଅନୁଷ୍ଠାନ ଦ୍ଵାରା ପରିଚାଳିତ ‘ସ୍ପ୍ରିଂ ଭେଲି ବିଦ୍ୟାଳୟ’ର ବରିଷ୍ଠ ଶିକ୍ଷୟିତ୍ରୀ ଅନିନ୍ଦିତା ମାଇତିଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷୟିତ୍ରୀ ବୃନ୍ଦ କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଏହା ସହିତ ନଳିନୀ ପ୍ରଭା ପଟ୍ଟନାୟକ, ସ୍ନେହଲତା ପଟ୍ଟନାୟକ, ଶଙ୍କର ପ୍ରସାଦ ତ୍ରିପାଠୀ, ଡଃ ଅଶ୍ବିନୀ କୁମାର ରାୟ, ଡଃ ଚନ୍ଦ୍ରକାନ୍ତୀ ନାଏକ, ଅଚିନ୍ତ୍ୟ ଜେନା, ନୀନାରାଣୀ ଜେନା, ଅକ୍ଷୟ କୁମାର ଦାସ, ବଳରାମ ରାଉଳ, ଉଦୟ କୁମାର ସାହୁ, ରାଜକୁମାର ମହାନ୍ତି, ଶରତ କୁମାର ଦାସ , ମଞ୍ଜୁଳା କୁମାରୀ ରଥ, ସୁପ୍ରଭା ପଣ୍ଡା,  ରଶ୍ମି ବାଳା ରାଉତରାୟ, ଜୟଶ୍ରୀ ଦାସ, ସନ୍ତୋଷ କୁମାର ରଥ, ସସ୍ମିତା ପ୍ରଧାନ, ସୁନୀଲ କୁମାର ମହାନ୍ତି, କାମିନୀ ମହନ୍ତ, ଶାନ୍ତି ସିଂ, ରମାମଣି ଦାସ, ଜି. ସୀତା ନାଗମଣି, ସରୋଜିନୀ ସାହୁ, ସୁମିତ୍ରା ସାହୁ, ଯୋଗୀନ୍ଦ୍ର ଭଞ୍ଜ, ପ୍ରଦୀପ କୁମାର ସାମଲ, ଜୟନ୍ତ ମଙ୍ଗରାଜ, ଦିନେଶ ମିଶ୍ର, ଅଭିରାମ ପ୍ରଧାନ, ଅକ୍ଷୟ କୁମାର ଧଳ, ଜୟଶ୍ରୀ ସାବତ, ସଂଧ୍ୟା ରାଣୀ ବରାଳ,  ସୁଶ୍ରୀ ସଙ୍ଗୀତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!