ଭାରତ – ପାକିସ୍ଥାନ କ୍ରିକେଟ୍‌ ଖେଳକୁ ନେଇ ରାଉରକେଲାର ଉଦୀୟମାନ ଖେଳାଳିମାନଙ୍କ ଉତ୍ସାହ

1 min read
Spread the love

ଏସିଆ କପ୍‌ ଖେଳର ସୁପର ଫୋର ବିଭାଗରେ ରବିବାର ଶ୍ରୀଲଙ୍କାର କଲମ୍ବୋଠାରେ ଖେଳା ଯାଉଛି ଭାରତ ଓ ପାକିସ୍ଥାନ ମଧ୍ୟରେ ଏକ ମ୍ୟାଚ୍‌। ପୂର୍ବଥର ଭାରତ ଓ ପାକିସ୍ଥାନ ମଧ୍ୟରେ ହୋଇଥିବା ଖେଳ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା, ତେଣୁ ଭାରତୀୟ କ୍ରିକେଟ ପ୍ରେମୀ ନିରାଶ ହୋଇଥିଲେ। ରବିବାର ଭାରତ ପାକିସ୍ଥାନଠାରୁ ଟସ୍‌ରେ ହାରି ପ୍ରଥମେ ବେଟିଙ୍ଗ କରୁଛି। ଏହାକୁ ନେଇ ରାଉରକେଲାର ଉଦୀୟମାନ କ୍ରିକେଟ ଖେଳାଳୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହି କ୍ରମରେ ପାନପୋଷଠାରେ ଥିବା ପ୍ରଗତୀ ସ୍ପୋର୍ଟିଙ୍ଗ କ୍ରିକେଟ ଅନୁଷ୍ଠାନରେ ପ୍ରଶିକ୍ଷଣ ନେଉଥିବା ଖେଳାଳିମାନେ ବେଶ୍‌ ଉତ୍ସାହିତ ଅଛନ୍ତି।

ପ୍ରଶିକ୍ଷକ ପ୍ରଶାନ୍ତ କଇସ୍ଥଙ୍କ ନେତୃତ୍ୱରେ ପ୍ରଶିକ୍ଷଣ ନେଉଥିବା ଇଶିକା କୁମାରୀ, ପୁଜା ସ୍ମୃତି ଜେନା, ପିୟୁଷ ପାଣିଗ୍ରାହୀ, ରୁଦ୍ର ପ୍ରସାଦ ମହାରଣା ଓ ଉମେଶ ଗୌତମ ପ୍ରମୁଖ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହିତ ଭାରତୀୟ ଦଳ ବିଜୟୀ ହେବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!