ଅନ୍ତର୍ଜାତୀୟ ମାନବ ଅଧିକାର ସଙ୍ଗଠନ ପକ୍ଷରୁ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି

1 min read
Spread the love

ଅନ୍ତର୍ଜାତୀୟ ମାନବ ଅଧିକାର ସଙ୍ଗଠନ ପକ୍ଷରୁ ଜଣେ ଅଜଣା ବୃଦ୍ଧଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସଙ୍ଗଠନର ସଭାପତି ପରବେଜ ଆଲାମଙ୍କ ସୂଚନା ମୁତାବକ ବାସନ୍ତୀ କଲୋନୀରେ ଥିବା ବୁଲେଟ ସୋ-ରୁମ୍‌ ନିକଟରେ ଜଣେ ଅଜଣା ବୃଦ୍ଧଙ୍କ ସମ୍ପର୍କରେ ସୂଚନା ପାଇ ସଙ୍ଗଠନର ସଦସ୍ୟମାନେ ତାଙ୍କ ନିକଟରେ ପହଞ୍ଚିଥିଲେ । ବୃଦ୍ଧ ଜଣକଙ୍କ ଶରୀର ଅସୁସ୍ଥତା ଥିବା ଦେଖି ତାଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପଚରାଉଚୁରା ପରେ ବୃଦ୍ଧଙ୍କ ନାମ ଗଣେଶ ବୋଲି ଜଣାପଡ଼ିଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ କିଛି ଜଣାପଡ଼ିନାହିଁ । ଆସନ୍ତା ଦିନରେ ବୃଦ୍ଧଙ୍କ ଚିକିତ୍ସା ସମ୍ପର୍କରେ ଦେଖାଶୁଣା କରିବା ସହିତ ତାଙ୍କ  ସ୍ବାସ୍ଥ୍ୟ ସମ୍ପର୍କରେ ସଙ୍ଗଠନର ସଦସ୍ୟମାନେ ଆବଶ୍ୟକ ବ୍ୟବସ୍ଥା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ସଙ୍ଗଠନର ସଦସ୍ୟ ମହମ୍ମଦ ସାହିଦ, ବିଶ୍ବଜିତ ରାଉତ, ବିଜୟ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!