ରାଜଗାଙ୍ଗପୁର ବ୍ଲକ ଚେୟାରମେନ ଏବଂ ସମିତି ସଭ୍ୟସଭ୍ୟା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଜଣେଇଲେ ସମସ୍ୟା
1 min read
ରାଜଗାଙ୍ଗପୁର ବ୍ଲକ ଚେୟାରମେନ ଶାବିନା ମିଞ୍ଜ ଏବଂ ସମିତି ସଭ୍ୟସଭ୍ୟାମାନେ ବିଜେଡିର ବରିଷ୍ଠ ନେତା ତଥା ଜିଲ୍ଲା ବିଜୁ ଜନତା ଦଳ ର ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କ ସହିତ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ରାଜଗାଙ୍ଗପୁର ବ୍ଲକ ର ବିଭିନ୍ନ ଅସୁବିଧା ବିଷୟରେ ଜଣେଇବା ସହିତ ତାର ସମାଧାନ ପାଇଁ ଦାବି କରିଥିଲେ। ଦାବି ଗୁଡିକ ମଧ୍ୟରେ ରାଜଗାଙ୍ଗପୁର ବ୍ଲକରେ ରାସ୍ତା ଗୁଡିକର ଉନ୍ନତି କରଣ ସହିତ କିଛି ପ୍ରକଳ୍ପର କାମରେ ଚାରୋଟି ପଞ୍ଚାୟତ ଯଥା କୁକୁଡ଼ା ପଞ୍ଚାୟତ, ବୁଚକୁ ପଡ଼ା ପଞ୍ଚାୟତ, ମାଲେଡ଼ିହି ପଞ୍ଚାୟତ ଓ ଅଲଣ୍ଡା ପଞ୍ଚାୟତକୁ କା ବାଦ ଦିଆଯିବା ସମ୍ପର୍କରେ ଜଣାଇଥିଲେ। ସେହିଭଳି କିଛି ପଞ୍ଚାୟତରେ କିଛି କାର୍ଯ୍ୟ ପୂର୍ବରୁ ହୋଇଥିଲେ ମଧ୍ୟ ଆଉଥରେ ସେହି ସ୍ଥାନରେ ସମାନ ପ୍ରକଳ୍ପ ନିର୍ମାଣ ପାଇଁ ବ୍ୟବସ୍ଥା ହେବା ସହ ସମିତି ସଭ୍ୟସଭ୍ୟାମାନଙ୍କ ସହିତ ଆଲୋଚନା ନକରିବା ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇଥିଲେ। ଏ ବିଷୟରେ ବିଡ଼ିଓଙ୍କୁ ପଚାରିବାରୁ ଏ ପ୍ରକଳ୍ପ ସବୁ ବିଧାୟକଙ୍କ ହୋଇଥିବାରୁ ଆପଣମାନେ ଏ ବିଷୟରେ କିଛି ଜାଣିବାର ଅଧିକାର ନାହିଁ ବୋଲି ଜାଣିବାକୁ ମିଳିଥିଲା। ଏ ସବୁ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳ ରାଜଗାଙ୍ଗପୁର ବିଡ଼ିଓଙ୍କୁ ଫୋନ କରି ଏପରି ବ୍ୟବହାର ପାଇଁ ତାଗିଦ କରିବା ସହିତ ବ୍ଲକ ଅଧକ୍ଷ୍ୟା ଏବଂ ସମସ୍ତ ସମିତି ସଭ୍ୟସଭ୍ୟାଙ୍କ ସହିତ ମିଶି ବ୍ଲକର ଉନ୍ନତି କରିବାକୁ ନିର୍ଦ୍ଦେଶ ଦେଇ ଥିଲେ। ଏହା ସହିତ ଅନ୍ୟକିଛି ସମସ୍ୟା ସମ୍ପର୍କରେ ମଧ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ତୁରନ୍ତ ସମସ୍ୟାର ସମାଧାନ ନିମନ୍ତେ ନିର୍ଦ୍ଦେଶ ଦେବା। ଜିଲ୍ଲାପାଳ ମହୋଦୟଙ୍କ ଏପରି ତ୍ୱରିତ ପଦକ୍ଷେପ ପାଇଁ ଶ୍ରୀ ତ୍ରିପାଠୀ ଏବଂ ରାଜଗାଙ୍ଗପୁର ବ୍ଲକ ଅଧକ୍ଷ୍ୟା ଓ ସମସ୍ତ ସମିତି ସଭ୍ୟସଭ୍ୟା ଜିଲ୍ଲାପାଳ ମହୋଦୟଙ୍କୁ ଧନ୍ୟବାଦ ଜଣେଇ ଥିଲେ।