ସାଇବର ଥାନାରେ ହୋଇଥିବା ଏକ ମାମଲାରେ ଜଣେ ଗିରଫ ଓ କୋର୍ଟ ଚାଲାଣ
1 min read
ରାଉରକେଲା ସାଇବର ଥାନାରେ ଗତ ୪ ତାରିଖ ଦିନ ହୋଇଥିବା ଅଭିଯୋଗ କ୍ରମେ ଜଣେ ଯୁବକକୁ ଉଦିତ ନଗର ଥାନା ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସୂଚନ୍ ସୂଚନା ମୁତାବକ ଜଣେ ମହିଳା ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ ଯେ ପ୍ରାୟ ୪/୫ ମାସ ପୂର୍ବରୁ ସେ ପୁରୀ ଜିଲ୍ଲାର ସୁନୀଲ ଭୋଇ ନାମକ ଜଣେ ଯୁବକ ସହିତ ଇନଷ୍ଟାଗ୍ରାମରେ ଯୋଗାଯୋଗ କରିଥିଲେ। ସେହି ମାଧ୍ୟମରେ ତାଙ୍କ ସହିତ ପ୍ରେମ ପରେ ବନ୍ଧୁ ହୋଇଥିଲେ। ସୁନୀଲ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ। ସେମାନେ ଇନଷ୍ଟାଗ୍ରାମରେ ଭିଡିଓ କଲରେ କଥାବାର୍ତ୍ତା ହେଉଥିଲେ। ଭିଡିଓ କଲ୍ ସମୟରେ ସୁନୀଲ ତାଙ୍କୁ ଅନାବୃତ ରହିବା ବାଧ୍ୟ କରିଥିଲେ। ଏହାପରେ ମହିଳା ଜଣକ ଭିଡିଓ କଲ୍ ସମୟରେ ନିଜକୁ ଅନାବୃତ କରିଥିଲେ ଏବଂ ସୁନୀଲ ଚତୁରତାର ସହ ପୁରା ଭିଡିଓ କଲ୍ ରେକର୍ଡ କରିଥିଲେ। କିଛି ଦିନ ପରେ ସୁନୀଲ ମହିଳାଙ୍କ ଅନ୍ତରଙ୍ଗ ଭିଡିଓକୁ ଭାଇରାଲ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହାପରେ ଉଦିତ ନଗର ପୋଲିସ ଥାନା ପକ୍ଷରୁ ଅଭିଯୁକ୍ତ ୨୪ ବର୍ଷର ସୁନୀଲ କୁମାର ଭୋଇ ଓରଫ ସୁନୀଲ ଦାସକୁ ଗିରଫ କରି ରାଉରକେଲା ଆଣିଥିଲା। ସୂଚନା ମୁତାବକ ସୁନୀଲ ପୁରୀ ଜିଲ୍ଲାର ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକୀର୍ତ୍ତି ଅଞ୍ଚଳର। ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣା ସମ୍ପ୍ରତି ସହରରେ ଚର୍ଚ୍ଚାର ବିଷୟ ହୋଇଛି।