ରାଜୁ ବାବୁଙ୍କ ପୂଣ୍ୟ ତିଥିରେ ରାଉରକେଲା ମଜଦୁର ସଭା ର ଶ୍ରଦ୍ଧାଞ୍ଜଳି
1 min read
ରାଉରକେଲା ମଜଦୁର ସଭା ଏହାର ପୂର୍ବତନ ସାଧାରଣ ସଂପାଦକ ସ୍ବର୍ଗତ ରାଜକିଶୋର ସାମନ୍ତରାୟ ଙ୍କ ୧୯ ତମ ଶ୍ରାଦ୍ଧ ଦିବସ ଭାବରେ ପାଳନ କରିଛି। ଏହି ଉପଲକ୍ଷେ ସକାଳ ୮ ଘଟିକା ରେ ପୁଣ୍ୟାତ୍ମା ଙ୍କ ବେଦବ୍ୟାସ ରେ ଥିବା ସ୍ମାରକୀ ପୀଠରେ ପୂଜାର୍ଚ୍ଚନା ପୂର୍ବକ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜୁ ବାବୁଙ୍କ ସୁପୁତ୍ର ବିମଳ ରାଏ ଯୋଗ ଦେଇଥିଲେ। ସଙ୍ଗଠନର ପୂର୍ବତନ ସଭାପତି ପ୍ରଭାକର ଚମ୍ପତିରାୟ ବରିଷ୍ଠ ଶ୍ରମିକ ନେତା ଆଦିକନ୍ଦ ଭୋଳ, ହରେକୃଷ୍ଣ ପାଢ଼ୀ, ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ଙ୍କ ସମେତ କର୍ମକର୍ତ୍ତା ସର୍ବଶ୍ରୀ କଳାକାର ସାହୁ, ସିଦ୍ଧେଶ୍ୱର ବଳ, ପ୍ରମୋଦ କୁମାର ଦାସ, ଦିଲ୍ଲୀପ କୁମାର ଜେନା, ଦିଗମ୍ବର ମହାନ୍ତି, ସୂର୍ଯ୍ୟ ବାସକେ, ମହେଶ୍ୱର ଦାସ, ଗୋପାଳ ମହନ୍ତ, ବିମଳ ବେହୂରୀଆ, କୁଳମଣି ରାୟ, ହରିନାରାୟଣ ସା, ମନୋରଞ୍ଜନ ଭୋଳ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

ସଂଧ୍ୟା ୭ ଘଟିକା ସମୟରେ ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ସି/୮ ସେକ୍ଟର -୬ ରାଉରକେଲା ଓ ଟେନସା ସ୍ଥିତ ଶାଖା କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ମଜଦୁର ସଭା ର ସଭାପତି ଶଶଧର ନାୟକ ଅଧ୍ୟକ୍ଷତା କରିଥିବା ସ୍ଥଳେ ଉପ ସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା ମଜଦୁର ସଭା ସମେତ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ବିଭିନ୍ନ ଶ୍ରମ ସଙ୍ଗଠନର କର୍ମକର୍ତ୍ତା ଓ କର୍ମୀ ମାନଙ୍କୁ ସ୍ବାଗତ କରିବା ସହ ରାଜୁବାବୁ ଙ୍କ ତୈଳଚିତ୍ର ରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ମାଲ୍ୟାର୍ପଣ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ସଭାପତି ଶଶଧର ନାୟକ ଙ୍କ ସମେତ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ, କାର୍ଯ୍ୟକାରୀ ସଭାପତି ଅସିତ ଦାସ, ହିନ୍ଦ୍ ମଜଦୁର ସଭା ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ, ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ମହାନ୍ତି ଓ ପ୍ରଭାକର ଚମ୍ପତିରାୟ, ବରିଷ୍ଠ ନେତା ହରେକୃଷ୍ଣ ପାଢ଼ୀ ମଞ୍ଚାସୀନ ଥିଲେ ଓ ନିଜ ନିଜର ବକ୍ତବ୍ୟ ରେ ରାଜୁବାବୁ ଙ୍କ କାର୍ଯ୍ୟଶୈଳୀ ଓ ଇସ୍ପାତ ଶିଳ୍ପ ରେ କାର୍ଯ୍ୟରତ ସ୍ଥାୟୀ ଓ ଠିକା ଶ୍ରମିକ ଙ୍କ ଜୀବନ ଧାରଣ ମାନର ଉନ୍ନତି ପାଇଁ ଜୀବନ ବ୍ୟାପି ପ୍ରୟାସ କରିଆସିଥିବା ଉଲ୍ଲେଖ କରି ତାଙ୍କର ଆଦର୍ଶରେ ମଜଦୁର ସଭା ନିଜର କାର୍ଯ୍ୟଧାରା ଜାରି ରଖିବ ବୋଲି ଆଶା ପ୍ରକାଶ କରିଥିଲେ। କର୍ମକର୍ତ୍ତା କଳାକାର ସାହୁ, ସିଦ୍ଧେଶ୍ୱର ବଳ, ପ୍ରମୋଦ କୁମାର ଦାସ, ସତ୍ୟାନନ୍ଦ ବେହେରା, ପତିତପାବନ ଜେନା, ରବିନାରାୟଣ ପରିଡ଼ା,ସୋମନାଥ ସ୍ବାଇଁ,ନୃପାନନ୍ଦ ନାୟକ, ଦିଗମ୍ବର ମହାନ୍ତି ଦିବଂଗତ ନେତା ଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ବେହେରା, ଦୁଷ୍ମନ୍ତ ଦାସ,ରଞ୍ଜିତ ନାୟକ, ସୁରେଶ ପଟ୍ଟନାୟକ,ମାନସ ପଟନାୟକ, ରଞ୍ଜିତ କୁମାର ସାମଲ, କୁଞ୍ଜବିହାରୀ ସତପଥି, ବିଷ୍ଣୁ ପ୍ରଧାନ, କୃଷ୍ଣଚନ୍ଦ୍ର ପଣ୍ଡା,ଡି.ଏନ୍.ବେହେରା, ପ୍ରଦୀପ ଦାସ, ମନୋଜ ସାମନ୍ତରାୟ, ବିଜୟ କୁମାର ରାଉତ,ଓକିଲ ମହନ୍ତ, ରଞ୍ଜନ କୁମାର ପୃଷ୍ଟି,ଅଜୟ କୁମାର ଦାସ, ବିକାଶ ନାୟକ, ପ୍ରଦୀପ ବାରିକ, ରମେଶ ମହାନ୍ତି, ଉମେଶ ଚନ୍ଦ୍ର ବେହେରା,ସୌମ୍ୟରଞ୍ଜନ ମହାନ୍ତି,ଭୋଳାନାଥ ବେହେରା, ପ୍ରମୋଦ କୁମାର ନନ୍ଦ, ନିରାକାର ବେହେରା, ଶ୍ରୀ ଚରଣ ସାମନ୍ତରାୟ, ବିଦେଶୀ ମୁନା, ରମେଶ ନାୟକ,ଅମର ମହାନ୍ତି ଓ ଅନ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ବରିଷ୍ଠ କର୍ମକର୍ତ୍ତା ମାନଙ୍କ ର ଦାୟିତ୍ଵ ବଣ୍ଟନ ଓ ନୂତନ କର୍ମକର୍ତ୍ତା ଙ୍କ ନାମ ଘୋଷଣା କରିଥିଲେ।

ଅନୁରୂପ ଭାବରେ ଟେନସା ସ୍ଥିତ ମଜଦୁର ସଭା କାର୍ଯ୍ୟାଳୟରେ ସଂଧ୍ୟା ୭ ଘଟିକା ରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ଶ୍ରୀ କୃଷ୍ଣଚନ୍ଦ୍ର ରାଉତ ସଭାପତିତ୍ବ କରିଥିବା ସ୍ଥଳେ ସର୍ବଶ୍ରୀ ରାଜେଶ କୁମାର ବେହେରା,ନରେଶ ନାୟକ,ଏସ୍.କେ.ସିରାଜ୍ଜୁଦିନ, ପାଣ୍ଡବ ମାଝି, ଭଗବାନ ବେହେରା, ପ୍ରଧାନ ପୁର୍ତ୍ତି, ନନୀଗୋପାଲ ପ୍ରଧାନ,କମଲ ରାୟ,ପି.ଏଲ.ପରିଡା,ଆତୁଶୋଷ, ଶ୍ରୀକାନ୍ତ ସେଠୀ, ନାନସୀ ମୁଣ୍ଡା, ସନ୍ତୋଷ ନାଥ, ସଞ୍ଜୟ ମାରାଣ୍ଡି,କେ.କେ.ଦାସ ଓ ଅନ୍ୟ ମାନେ ଉପସ୍ଥିତ ରହି ରାଜୁବାବୁ ଙ୍କ ଶ୍ରମ ଆନ୍ଦୋଳନ କ୍ଷେତ୍ରରେ ଗ୍ରହଣ କରିଥିବା ଭୂମିକା ର ଅବତରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।