ସ୍ନେହୀ ମହିଳା ସମିତି ଓ ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଫିଜିଓଥେରାପି ଶିବିର
1 min read
ସେପ୍ଟେମ୍ବର ଆଠ ତାରିଖ ଦିନ ବିଶ୍ବ ଭୌତିକ ଚିକିତ୍ସା ବା ଫିଜିଓଥେରାପି ଦିବସ ଅବସରରେ ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ଗୋପବନ୍ଧୁ ପାଠାଗାରର ମିଳିତ ଆନୁକୂଲ୍ୟରେ ଏକ ସ୍ବାସ୍ଥ୍ୟ ସଚେତନତା ସହ ନିଃଶୁଳ୍କ ପରାମର୍ଶ ଶିବିର ଗୋପବନ୍ଧୁ ପାଠାଗାରର ସତ୍ୟବାଦୀ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶାନ୍ତି ମେମୋରିଆଲ ଏବଂ ଲାଇଫ ଲାଇନ ହସ୍ପିଟାଲରେ କାର୍ଯ୍ୟରତ ଭୌତିକ ଚିକିତ୍ସା ବିଶେଷଜ୍ଞ ଡାକ୍ତର ରାଧିକା ପଣ୍ଡା ଯୋଗଦେଇ ବୟସ୍କ ମାନଙ୍କର ଆଣ୍ଠୁ ଗଣ୍ଠି ଏବଂ ଅଣ୍ଟା ବିନ୍ଧା ପ୍ରଭୃତି ଶାରୀରିକ ସମସ୍ୟା ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିବା ସହ ଏସବୁ ଭୌତିକ ଚିକିତ୍ସାର ବିଭିନ୍ନ ଦିଗ ସମ୍ପର୍କରେ ବ୍ୟାଖ୍ୟା କରିଥିଲେ। ଜୀବନ ଶୈଳୀର ପରିବର୍ତ୍ତନ ସହ ଶାରୀରିକ କାର୍ଯ୍ୟ କରିବା ସମୟରେ ସତର୍କତା ଅବଲମ୍ବନ ଦ୍ବାର ଭବିଷ୍ୟତର ବହୁ ଜଟିଳ ଶାରୀରିକ ସମସ୍ୟାକୁ ଦୂର କରାଯାଇ ପାରିବ ବୋଲି ଡାକ୍ତର ପଣ୍ଡା କହିଥିଲେ।

ଏଥିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ବ୍ୟକ୍ତିଗତ ଶାରୀରିକ ସମସ୍ୟା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ସରଳଭାବେ ଭାବେ ବୁଝାଇଥିଲେ। ପାଠାଗାରର ସଭାପତି ନବଘନ ସାହୁ ସ୍ବାଗତ ଭାଷଣ ଦେଇ ମହିଳା ସମିତିର ଏପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଭବିଷ୍ୟତରେ ଏହିପରି କାର୍ଯ୍ୟକ୍ରମମାନ ପାଠାଗାରରେ ଆୟୋଜନ କରିବାକୁ ପରାମର୍ଶ ଦେଇଥିଲେ। ମହିଳା ସମିତିର ସଭାନେତ୍ରୀ ସବିତା ସାହୁ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ମହିଳା ସମିତିର ଇନ୍ଦିରା ମହାନ୍ତି, ସାବିତ୍ରୀ ଦାସ, ଗୀତା ସେନାପତି, ଗୀତାଞ୍ଜଳୀ ମିଶ୍ର, ନମିତା ଆଚାର୍ଯ୍ୟ, ଅନିମା ବିଶ୍ବାଳ, ନମିତା ଆଚାର୍ଯ୍ୟ, ମଞ୍ଜୁବାଳା ମହାପାତ୍ର, ସୁପ୍ରିୟା ମହାନ୍ତି, ପ୍ରୀତି କୁମାରୀ ସାହୁ, ସ୍ନିଗ୍ଧା ସାମନ୍ତରାୟ ପ୍ରମୁଖ ସହାୟତା କରିଥିବାବେଳେ ପାଠାଗାରର ଡାକ୍ତର ଗୋକୁଳାନନ୍ଦ ସାହୁ, ଲକ୍ଷ୍ମଣ ନାଥ ଦାସ, ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, ନିର୍ମଳ କୁମାର ଆଚାର୍ଯ୍ୟ, ନାରାୟଣ ଚନ୍ଦ୍ର ଜେନା, ତ୍ରିଲୋଚନ ମିଶ୍ର, ଶ୍ରୀନିବାସ ରାୟ, ରାଧାମୋହନ ନାୟକ, ଏବଂ ଦୀନବନ୍ଧୁ ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।