ରାଉରକେଲାରେ ବହୁ ଚର୍ଚ୍ଚିତ ବାବା ଆର୍ତ୍ତତ୍ରାଣର ସ୍ପର୍ଶ ଚିକିତ୍ସା : ରୋଗୀଙ୍କ ଗହଳି

1 min read
Spread the love

ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନିଜର ସ୍ପର୍ଶ ଯୋଗୁଁ ଅନେକ ରୋଗୀଙ୍କୁ ଭଲ କରୁଥିବା ନେଇ ଚର୍ଚ୍ଚାରେ ଥିବା ବାବା ଆର୍ତ୍ତତ୍ରାଣ ବୁଧବାର ରାଉରକେଲାକୁ ଦିନିକିଆ ଗସ୍ତରେ ଆସିଥିଲେ। ପାନପୋଷ ରୋଡ୍‌ର ତାରିଣି ମନ୍ଦିର ପରିସରରେ ତାଙ୍କୁ ଭେଟ କରି ଚିକିତ୍ସା କରାଇବା ପାଇଁ ଶତାଧିକ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ଏହି ଅବସରରେ ତାଙ୍କ ଚିକିତ୍ସା ଓ ଏହାର ଉପକାର ସମ୍ପର୍କରେ ବାବା ଆର୍ତ୍ତତ୍ରାଣ ଆମକୁ ସୂଚନା ଦେଇଥିଲେ। ସୂଚନା ମୁତାବକ ତାଙ୍କ ସ୍ପର୍ଶ ମାତ୍ରକେ ଅନେକ ପ୍ରକାରର ରୋଗୀ ଯେଉଁମାନେ ଡକ୍ତର ଦେଖାଇ ମଧ୍ୟ ଅସଫଳ ହୋଇଥିଲେ, ସେମାନେ ଭଲ ଓ ସୁସ୍ଥ ହେଉଥିବା କହିଛନ୍ତି ବାବା ଆର୍ତ୍ତତ୍ରାଣ।

ଆମ ସୂଚନା ମୁତାବକ ଏହି ଦିନିକିଆ ଗସ୍ତ ସମୟରେ ପ୍ରାୟ ୩୦୦ରୁ ଅଧିକ ରୋଗୀ ବାବାଙ୍କ ନିକଟରୁ ଚିକିତ୍ସା ହେବାର ସୁବିଧା ପାଇଛନ୍ତି। ସବୁଠାରୁ ବଡ଼ କଥା ହେଉଛି ଏହି ଚିକିତ୍ସା ପାଇଁ କରିଥିବା ଆୟୋଜନର ଉଦ୍ୟୋକ୍ତାମାନେ ଜଣ ପିଛା ୩୦୦ଟଙ୍କା ଲେଖା ଶୁଳ୍କ ନେଇଥିଲେ। ଏଥିରୁ ବାବାଙ୍କ ଭାଗ କେତେ ଓ ଆୟୋଜକଙ୍କ ଭାଗ କେତେ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଭିନ୍ନ ଭିନ୍ନ ରୋଗକୁ ନେଇ ସମସ୍ୟାରେ ଥିବା ବିଭିନ୍ନ ବର୍ଗର ବ୍ୟକ୍ତି ଏହି ଚିକିତ୍ସା ସୁବିଧା ନେଇଥିବା ଜଣାପଡ଼ିଛି। ବିଜ୍ଞାନ ଓ ଚିକିତ୍ସା ବିଜ୍ଞାନରେ ଆମଦେଶ ଯଥେଷ୍ଟ ଅଗ୍ରଗତି କରିଥିଲେ ସୁଦ୍ଧା ବାବା ଆର୍ତ୍ତତ୍ରାଣଙ୍କ ସ୍ପର୍ଶ ଚିକିତ୍ସା ପ୍ରଭାବ ବିସ୍ତାର କରିବା ଓ ଦିନକୁ ଦିନ ଅଧିକରୁ ଅଧିକ ଲୋକପ୍ରିୟ ହେବା ଆଲୋଚନାର ବିଷ୍ହୟ ହୋଇଛି।

ରାଉରକେଲାରେ ବାବାଙ୍କ ଦିନିକିଆ ଚିକିତ୍ସା ସମ୍ପର୍କରେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ନିକଟରେ ଖବର ଥିଲା କିମ୍ବା ନଥିଲା ସେ ନେଇ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ବାବା ଖୁବ୍‌ ଶୀଘ୍ର ଆଉଥରେ ରାଉରକେଲା ଆସିବାର ସମ୍ଭାବନା ଅଛି ବୋଲି ସୂଚନା ମିଳିଛି।  

Leave a Reply

Your email address will not be published. Required fields are marked *

error: Content is protected !!