ଇସ୍କନ୍ ରାଉରକେଲା ପକ୍ଷରୁ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ହେବ ତ୍ରିଶକ୍ତି ଧାମରେ
1 min read
ଆନ୍ତର୍ଜାତୀକ କୃଷ୍ଣ ଚେତନା ସଂଘ ବା ଇସକନ୍ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ତିନିଦିନିଆ ଜନ୍ମାଷ୍ଟମୀ ମହୋତ୍ସବ ଆୟୋଜିତ ହେବାକୁ ଯାଉଛି। ଏହି ଆୟୋଜନ ଚଳିତ ବର୍ଷ ହନୁମାନ ବାଟିକା ପରିସରରେ ତ୍ରିଶକ୍ତି ଧାମରେ ୬ ତାରିଖରୁ ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ହେବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ଉତ୍ସବରେ ରୁସିଆନ ଭକ୍ତ ଏବଂ ମାୟାପୁର ଭକ୍ତମାନେ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଯୋଗଦେବେ। ଏହା ସହିତ ଏହି ଅବସରରେ ଇଣ୍ଟର ସ୍କୁଲ କୃଷ୍ଣ ପ୍ରତିଯୋଗିତା ଆୟୋଜନ ହେବ। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଶ୍ଳୋକ ଜପ, ଚିତ୍ରକଳା ରଙ୍ଗୋଲି, ଏକକ-ନୃତ୍ୟ, ଗୋଷ୍ଠୀ-ନୃତ୍ୟ, ଫ୍ୟାନ୍ସି ଡ୍ରେସ, ଶ୍ଳୋକ ଲିଖନ ଆଦି ବିଭିନ୍ନ କାର୍ଯ୍ୟକ୍ରମ ହେବ। ଏହା ସହିତ ବିଶିଷ୍ଟ କଳାକାରଙ୍କ ଦ୍ୱାରା ଗୋଷ୍ଠୀ ନୃତ୍ୟ ସହିତ ବିଭିନ୍ନ ପ୍ରସଙ୍ଗରେ ଡ୍ରାମା ମଞ୍ଚସ୍ଥ ହେବ। ଏହା ସହିତ କୀର୍ତ୍ତନ, ଦଧିଭାଣ୍ଡ ଭଞ୍ଜନ, ସନ୍ଧ୍ୟା ଆରତୀ ଆଦି କାର୍ଯ୍ୟକ୍ରମ ଆୟୋଜିତ ହେବ। ସାମ୍ବାଦିକ ସମ୍ମିଳନୀରେ ସୁବୋଧ ଗୋସ୍ୱାମୀ, ପି କେ ରାଓ, ପ୍ରଶାନ୍ତ କୁମାର ଭୁୟାଁ ଓ ଦୁଃଶାସନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ଏଥିରେ ଯୋଗଦେବା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ବିଭିନ୍ନ ଷ୍ଟଲ୍ ମାଧ୍ୟମରେ କିଡ୍ସ ଷ୍ଟଲ୍, ଭାଗବତ ଗୀତା ପଞ୍ଜୀକରଣ ଷ୍ଟଲ୍, ପ୍ରଭୁପାଦଙ୍କ ବୁକ୍ ଷ୍ଟଲ୍, ଆଧ୍ୟାତ୍ମିକ ଷ୍ଟଲ୍, ଅନ୍ଲାଇନ କୁଇଜ୍ ଆଦି ଷ୍ଟଲ୍ ରହିବ। ଶ୍ରୀଲା ପ୍ରଭୁପାଦଙ୍କ ୧୨୬ ତମ ଜନ୍ମ ବାର୍ଷିକୀ ଅବସରରେ ପ୍ରଭୁପାଦଙ୍କ ଜୀବନ କଥା ଉପରେ ଗୋଟିଏ ପ୍ରଦର୍ଶନୀ ଆୟୋଜିତ ହେବ ବୋଲି ପଶ୍ଚିମ ଓଡିଶା ପାଇଁ ଇସ୍କନ୍ ଆଞ୍ଚଳିକ ସଚିବ ଶ୍ରୀଧାମ ଗୋବିଦା ଦାସ ସୂଚନା ଦେଇଛନ୍ତି।