ଭଜକୃଷ୍ଣ ସ୍ମୃତି ସଂସଦ ଓ ରାଉରକେଲା କଲେଜ ମିଳିତ ଆନୁକୂଲ୍ୟରେ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାରସ୍ୱତ ସଙ୍ଗଠନ ଭଜକୃଷ୍ଣ ସ୍ମୃତି ସଂସଦ ଓ ରାଉରକେଲା କଲେଜ ମିଳିତ ଆନୁକୂଲ୍ୟରେ ସାରସ୍ୱତ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ରାଉରକେଲା କଲେଜ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରଫେସର ବାୟାଚର୍ଚ୍ଚି ମନୁ ଓ କଲେଜର ଅଧ୍ୟକ୍ଷା ସୁଜାତା ପ୍ରଧାନ ଉଦ୍ଘାଟନ କରିଥିଲେ। ଭଜକୃଷ୍ଣ ସ୍ମୃତି ସଂସଦର ଆବାହକ ତଥା ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କ ଆବାହନ ଓ ସଂସଦର ସଭାପତି ପ୍ରଶାନ୍ତ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ‘ ବିଶିଷ୍ଟ ସାହିତ୍ୟିକ ତଥା ଶିକ୍ଷାବିତ୍ ଡ ମାୟାଧର ମାନସିଂହ’ଙ୍କ ସାରସ୍ୱତ ସୃଷ୍ଟି ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା।

ଏଥିରେ ଆଲୋଚକଭାବେ ପ୍ରଫେସର କରୁଣାକର ପାଟ୍ଟଶାଣୀ, ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଓ ଅଧ୍ୟାପକ ବନବିହାରୀ କିସାନ ପ୍ରମୁଖ ଆଲୋଚକଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ସାହିତ୍ୟିକ ଓ ସାମ୍ବାଦିକମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା କଲେଜ ସମେତ ବିଭିନ୍ନ ମହାବିଦ୍ୟାଳୟର ଓଡ଼ିଆ ବିଭାଗର ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।