ଇନର ହୁଇଲ ରାଉରକେଲା ରିଭରସାଇଡ ନୂତନ କର୍ମକର୍ତ୍ତାଙ୍କ ପଦଭାର ଗ୍ରହଣ
1 min read
ଇନର ହୁଇଲ କ୍ଲବର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଦାୟିତ୍ବ ଗ୍ରହଣ ଉତ୍ସବ ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି ଈଡଇ ସଭାପତି ଡଃ ମିନତୀ ପଣ୍ଡା ବର୍ତ୍ତମାନର ସଭାପତି ପ୍ରମିଳା ମିଶ୍ରଙ୍କୁ କଲାର ପିନ୍ଧାଇ ଦାୟିତ୍ବ ହସ୍ତାନ୍ତର କରିଥିଲେ ତଥା ନିଜ କାର୍ଯ୍ୟ କାଳ ସମୟର ସଫଳ କାହାଣୀ ସଚିବ ଅଜିତା ମହାନ୍ତିଙ୍କ ସହ ପ୍ରୋଜେକ୍ଟର ଫଟୋ ମାଧ୍ୟମରେ ପରିବେଷଣ କରିଥିଲେ। ମୁଖ୍ୟ ଅତିଥି ଆଇ ଡବ୍ଲୁ ଡି 326 ର ପୂର୍ବତନ ଡିଷ୍ଟ୍ରିକ୍ଟ ଚେୟାରମେନ ମଞ୍ଜୁ ମୁଖାର୍ଜୀ ଇନର ହୁଇଲ କିପରି ବିଗତ ଶହେ ବର୍ଷ ଧରି ମହିଳାମାନଙ୍କ ଉନ୍ନତି, ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଓ ସମାଜ ମଙ୍ଗଳକାର୍ଯ୍ୟରେ ନିୟୋଜିତ ଅଛି ତାହା ବିଶଦ ଭାବେ ବର୍ଣ୍ଣନା କରିଥିଲେ। ଏହି ଅବସରରେ ଦଶ ଜଣ ମହିଳା କ୍ଲବର ସଦସ୍ୟା ପଦ ଗ୍ରହଣ କରିବାକୁଯାଇ ମୁଖ୍ୟ ଅତିଥି ମୁଖାର୍ଜୀଙ୍କ ଦ୍ବାରା ସମାଜକୁ ସେବାଦାନର ଶପଥ ନେଇଥିଲେ। ସମାରୋହରେ ଯୁବ ସାମ୍ବାଦିକ ସୁଜିତ କୁମାର ମହାନ୍ତିଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ସମାଜସେବୀ ଲକ୍ଷ୍ମଣ ନାଥ ଦାସଙ୍କ ତତ୍ତ୍ବାବଧାନରେ ପାଞ୍ଚଜଣ ଗରିବ ମେଧାବୀ ଡିଗ୍ରୀ ଏବଂ ଡିପ୍ଲୋମା ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଆମେରିକାର ନର୍ଥ ସାଉଥ୍ ଫାଉଣ୍ଡେସନ ଆନୁକୂଲ୍ୟରେ ମିଳିଥିବା ସ୍କଲାରସିପ୍, ସେମାନଙ୍କୁ ଉତ୍ସାହ ମୂଳକ ବାର୍ତ୍ତା ସହ ପ୍ରଦାନ କରାଯାଇ ଥିଲା।

ନୂତନ ସଚିବ ମହିମା ମହାପାତ୍ରଙ୍କ ସହିତ ସଭ୍ୟା ଅମ୍ରିତା ତ୍ରିପାଠୀ, ମମତା ପାଠୀ, ଡଃ ସୁଧା ପ୍ରଧାନ, ସିମରନଜିତ ଶେଖନ, ଅଞ୍ଜଳି ହୋତା, ଆରତୀ ପଣ୍ଡା, ଡଃ ତନୁଶ୍ରୀ ଜେନା, ଅନୀତା ନାୟକ, ମଂଜୁଳା ପାତ୍ର, ଡିମ୍ପଲ ସାହୁ, ଜ୍ୟୋତ୍ସ୍ନା ମିଶ୍ର, ମଞ୍ଜୁବାଳା ପାଢୀ, ରାଜଲକ୍ଷ୍ମୀ ଧୀର, ଡଃ ସଂଯୁକ୍ତା ପତି, କ୍ରିକେଟର ସସ୍ମିତା ପଟ୍ଟନାୟକ, ସୋନିଆ ମାଝୀ, ସବିତା ପଟ୍ଟନାୟକ, ସଂଧ୍ୟାରାଣୀ ବରାଳ, ସବିତା ମହାନ୍ତି ଆଦି ଉପସ୍ଥିତ ହୋଇ କାର୍ଯ୍ୟକ୍ରମରେ ସହଯୋଗ ଦେଇଥିଲେ।

ସମସ୍ତେ ନୀଳବସ୍ତ୍ର ପରିଧାନ କରି ଅନୁଷ୍ଠାନର ବନ୍ଧୁତା ଓ ଏକତାର ବାର୍ତ୍ତା ପ୍ରସାର କରିଥିଲେ। ଡଃ ପିସି ମହାପାତ୍ର, ଆଦିଦ୍ୟ ମହାପାତ୍ର, ନବଘନ ସାହୁ, ଅଜିତ ପୂଜାରୀ, ସୁଖବିନ୍ଦର ସିଂ, ଶରତ ଚନ୍ଦ୍ର ପାଢୀ, କେପ୍ଟେନ ନାରାୟଣ ସାହୁ, ଫକୀର ନାୟକ, ମଧୁସୂଦନ ମହାନ୍ତି, ଭଗବାନ ପାଢୀ, ଅଜୟ ବିଶ୍ବାଳ, ହରିହର ନାୟକ ଓ ଗିରିଜା ଗୋସ୍ବାମୀ,ରୁଚା କକ୍କଡ, ରେଖା ସିଂ, ମାନସ ରଞ୍ଜନ ମହାନ୍ତି, କୀର୍ତ୍ତୀକୁମାର ମିଶ୍ର, ପରମେଶ୍ଵର ପ୍ରଧାନ ଓ ସନକ ମିଶ୍ରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ଯକ୍ତି ଯୋଗଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ପ୍ରାକ୍ତନ ସଭାପତି ପ୍ରତିମା ମହାପାତ୍ର ମଂଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।