ସି ଆଇ ଟି ୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକ ରାଉରକେଲା ଠାରେ ଉଦଘାଟିତ

1 min read
Spread the love

ନରେନ୍ଦ୍ର ମୋଦି ସରକାର ଙ୍କ ଶ୍ରମିକ ଓ ଜନ ବିରୋଧି ନିତୀ ବିରୁଦ୍ଧରେ ଶ୍ରମଜୀବୀ ଓ ଶୋଷିତ ଜନ ଗଣ ଙ୍କୁ ଐକ୍ୟବଦ୍ଧ ଓ ଆନ୍ଦୋଳନ କରିବା ପାଇଁ ଖସଡ଼ା ପ୍ରସ୍ତୁତ କରିବ ସି ଆଇ ଟି ୟୁ

ଦେଶର ବଳିଷ୍ଠ ଓ ସଂଗ୍ରାମୀ ଟ୍ରେଡ୍ ୟୁନିୟନ ସି ଆଇ ଟି ୟୁ ର ସର୍ବୋଚ୍ଚ ନୀତି ନିର୍ଧାରଣ କମିଟି ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆଜି ହୋଟେଲ ରାଧିକା ରିଜେନ୍ସି ଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। କାର୍ଯ୍ୟକାରିଣୀ ବୈଠକ ପ୍ରାରମ୍ଭରେ ସଂଗଠନର ଲାଲ୍ ପତାକା ଉତ୍ତୋଳନ କରିଥିଲେ ସି ଆଇ ଟି ୟୁ ସର୍ବଭାରତୀୟ ସଭାନେତ୍ରୀ ଡଃ କେ ହେମଲତା। ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୧୨୭ ଜଣ ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ଶହୀଦ ଙ୍କ ସ୍ମୃତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ରକ୍ତିମ ସଲାମ ଜଣାଇଥିଲେ। ଉଦଘାଟନୀ ସମାରୋହରେ ପ୍ରଥମେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ତଥା ସି ଆଇ ଟି ୟୁ ସୁନ୍ଦରଗଡ଼ ଜିଲ୍ଲା ସଭାପତି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ଉଦ୍ଦେଶ୍ୟରେ ସ୍ଵାଗତ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା କୁ ଏହି ଜାତୀୟ କାର୍ଯ୍ୟକାରିଣୀ ବୈଠକ କରିବା ପାଇଁ ସୁଯୋଗ ଦେଇ ଥିବାରୁ ସେ ସି ଆଇ ଟି ୟୁ କେନ୍ଦ୍ର କୁ କୃତଜ୍ଞତା ଜ୍ଞାପନ କରିଥିଲେ।

  ସି ଆଇ ଟି ୟୁ ରାଷ୍ଟ୍ରୀୟ ସଭାନେତ୍ରୀ ଡଃ କେ ହେମଲତା କାର୍ଯ୍ୟକାରିଣୀ ରେ ବକ୍ତବ୍ୟ ପ୍ରଦାନ କରି ଦେଶରେ ମୋଦି ସରକାର ଙ୍କ ଭୁଲ୍ ନିତୀ ଫଳରେ ଅର୍ଥନୈତିକ ସଂକଟ ଓ ଜନଗଣ ଙ୍କ ଉପରେ ତାର ପ୍ରଭାବ ସଂପର୍କରେ ଆଲୋଚନା କରିବା ସହିତ ଆର୍ ଏସ ଏସ ନିର୍ଦ୍ଦେଶରେ ପରିଚାଳିତ ମୋଦି ସରକାର ଲୋକଙ୍କ ଦୈନଦିନ ସମସ୍ୟା ବିରୋଧରେ ଐକ୍ୟବଦ୍ଧ ହେଉଥିଲା ବେଳେ ସାଧାରଣ ଲୋକଙ୍କୁ ବିଭାଜନ କରିବା ପାଇଁ ଧର୍ମୀୟ ଭାବନା ଓ ଘୃଣାର ବାତାବରଣ ସୃଷ୍ଟି କରୁଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଚଳିତ ଜାତୀୟ କାର୍ଯ୍ୟକାରିଣୀ ଏ ସଂପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନର ଶ୍ରମିକ ଶ୍ରେଣୀ ଓ ସାଧାରଣ ନିଷ୍ପେସିତ ଜନ ସାଧାରଣଙ୍କୁ ଐକ୍ୟବଦ୍ଧ କରି ଆନ୍ଦୋଳନ କାର୍ଯ୍ୟକ୍ରମ ସଂଗଠିତ କରିବା ସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଏହି ଦେଶ ବିରୋଧୀ ସରକାର କୁ ଗାଦିଚ୍ୟୁତ କରିବାକୁ ଆହ୍ୱାନ କରିଥିଲେ।

ଉଦଘାଟନୀ ଦିବସ ରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତପନ ସେନ୍ ରିପୋର୍ଟ ଉପସ୍ଥାପନ କରିବା ପରେ ବିଭିନ୍ନ ରାଜ୍ୟରୁ ଆସିଥିବା ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ମାନେ ଆଲୋଚନା ରେ ଅଂଶ ଗ୍ରହଣ କରିଛନ୍ତି। ବୈଠକ ପ୍ରାରମ୍ଭରେ ସି ଆଇ ଟି ୟୁ କେନ୍ଦ୍ରୀୟ କୋଷାଧ୍ୟକ୍ଷ ଏମ୍ ସାଇବାବୁ ଶୋକ ପ୍ରସ୍ତାବ ଆଗତ କରିଥିଲେ। ଏହି ବୈଠକରେ ସି ଆଇ ଟି ୟୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏ କେ ପଦ୍ମନାଭନ, ବିଷ୍ଣୁ ମହାନ୍ତି,ଏ ସୁନ୍ଦର ରାଜନ୍,ଜେ ମାର୍ଶିକୁଟ୍ଟି ଆମ୍ମା, ଆର୍ ଲକ୍ଷ୍ମିୟା ସଂପାଦକ ଏସ ଦେବରାୟ,ଇଲାମରମ କରିମ୍, ପ୍ରଶାନ୍ତ ନନ୍ଦି ଚୌଧୁରୀ,ଜି ସୁକୁମାରମ,ଡି ଡି ରାମାନନ୍ଦନ,ଏ ଆର୍ ସିନ୍ଧୁ, ମୀନାକ୍ଷୀ ସୁନ୍ଦରମ, ଉଷାରାଣୀ, ଅନାଦି ସାହୁ, ମଧୁମିତା ବନ୍ଦୋପାଧାୟ,ଅମିତାଭ ଗୁହା, ଆର୍ କରୁମାଲିୟାମ, ତପନ ଶର୍ମା, ପ୍ରମୋଦ ପ୍ରଧାନ,କେ ଏନ୍ ଉମେଶ,ସି ଏଚ ନରସିଂହ ରାଓ, ଲଳିତ ମୋହନ ମିଶ୍ର,ପଳାଡୁଗୁ ଭାସ୍କର,ସୁଦିପ ଦତ୍ତ,ଜେ ଏସ ମଜୁମଦାର ପ୍ରମୁଖ ନେତୃତ୍ୱ ଏହି କାର୍ଯ୍ୟକାରିଣୀ ବୈଠକ ରେ ସାମିଲ ହୋଇଥିବା ବେଳେ ଆଗାମୀ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ବୈଠକ ଚାଲିବା ସହ ଶେଷ ଦିବସରେ ଭଞ୍ଜ ଭବନ ଠାରେ ୬ ସେପ୍ଟେମ୍ବର ଅପରାହ୍ନ ରେ ଶ୍ରମିକ ସମାବେଶ ଅନୁଷ୍ଠିତ ହେବ। ଅଭ୍ୟର୍ଥନା କମିଟି ପକ୍ଷରୁ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରମୋଦ ସାମଲ, ସାଧାରଣ ସମ୍ପାଦକ ବିମାନ ମାଇତି, କୋଷାଧ୍ୟକ୍ଷ ଜାହାଙ୍ଗୀର ଅଲ୍ଲୀ, ଉପାଧ୍ୟକ୍ଷ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ରାଜ କିଶୋର ପ୍ରଧାନ ଶକୁନ୍ତଳା ମହାକୁଡ଼, ହୃଦୟାନନ୍ଦ ଯାଦବ,ବି ପି ମହାପାତ୍ର, ଯଯାତି କେଶରୀ ସାହୁ, ପ୍ରଭାତ ମହାନ୍ତି, ପ୍ରଭାତ ପଣ୍ଡା, ଅଜିତ ଏକ୍କା, ଲକ୍ଷ୍ମୀଧର ନାୟକ, ବିଶ୍ଵଜିତ ମାଝୀ ସମେତ ସଦସ୍ୟ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!