ପ୍ରଗତି ଉତ୍କଳ ସଂଘରେ ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବୀତ୍‌ ନବୀନ ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

1 min read
Spread the love

ପ୍ରଖ୍ୟାତ ଐତିହାସିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ତଥା ପ୍ରଗତି ଉତ୍କଳ ସଂଘର ପୂର୍ବତନ ଉପଦେଷ୍ଟା ଡ. ନବୀନ କୁମାର ସାହୁଙ୍କ ଶ୍ରାଦ୍ଧ ଦିବସ ସଂଘ ପରିସରରେ  ପାଳିତ ହୋଇଯାଇଛି। ସଂଘର ସଭାପତି ଇଂ. ପ୍ରତାପ କୁମାର ସ୍ଵାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାରମ୍ଭରେ  ଅତିଥି ମାନଙ୍କ ସହ ଉପସ୍ଥିତ ବୁଦ୍ଧିଜୀବି ମାନେ ଡ. ସାହୁଙ୍କ ତୈଳ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରଫେସର ଡ. ବିଭୁତି ଭୂଷଣ ପଣ୍ଡା ଏବଂ ଅନ୍ୟତମ ବକ୍ତା ଭାବେ ସଂଘର ଉପସଭାପତି ଡ. ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ନବୀନ ସାହୁଙ୍କ ସଂଘର୍ଷମୟ ଜୀବନର ଅନୁଶୀଳନ କରିବା ସହ ଓଡ଼ିଶା ଇତିହାସକୁ ସେ  କିପରି ସଠିକ୍ ମାର୍ଗଦର୍ଶନ ଦେଇ ଯାଇଛନ୍ତି ତାର ବ୍ୟାକ୍ଷା କରିଥିଲେ। ଡାକ୍ତର କୃପାସିନ୍ଧୁ ନାୟକ ଡ. ସାହୁଙ୍କ କୃତି ସମ୍ପର୍କରେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଯୁଗ୍ମ ସମ୍ପାଦକ ଲକ୍ଷ୍ମଣ ନାଥ ଦାସ ମଞ୍ଚ ପରିଚାଳନା ସହ ଡ.ନବୀନ ସାହୁଙ୍କର ପ୍ରଗତି ଉତ୍କଳ ସଂଘ ସହ ଥିବା ଆବେଗୀକ ଏବଂ ଆତ୍ମିକ ସମ୍ପର୍କ ବିଷୟରେ ସୂଚନା ପ୍ରଦାନ ସହ ଉପଯୁକ୍ତ ଦାୟାଦ ଭାବେ ସଂଘ ନିରବଚ୍ଛିନ୍ନ ଭାବେ  ତାଙ୍କ ଶ୍ରାଦ୍ଧବାର୍ଷିକୀ ପାଳନ କରିଆସୁଥିବା ବର୍ଣ୍ଣନା କରିଥିଲେ। ସାଧାରଣ ସମ୍ପାଦକ ଘନଶ୍ୟାମ ଧଳ ଧନ୍ୟବାଦ ଅର୍ପଣ କରିଥିଲେ। ସଭାର ଦ୍ବିତୀୟ ପର୍ଯ୍ୟାୟରେ ସାଂସ୍କୃତିକ ସଂପାଦକ ଇଂ. ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏବଂ କବି ସ୍ମିତା ମିଶ୍ର ଓ ବିଜୟିନୀ ଜେନାଙ୍କ ସଂଯୋଜନାରେ କବି ଚିତ୍ତରଞ୍ଜନ ବ୍ରହ୍ମା, ସୁମନ୍ତ କୁମାର ଉପାଧ୍ୟାୟ, ଅର୍ଚ୍ଚନା ପାତ୍ର, ଡଲିରାଣୀ ବ୍ରହ୍ମା, ଉପେନ୍ଦ୍ର କୁମାର ବସ୍ତିଆ, ସଞ୍ଜୟ କୁମାର, ଅଶୋକ କୁମାର ପଟ୍ଟନାୟକ ଏବଂ ବିଜୟିନୀ ଜେନା ପ୍ରମୁଖ ସ୍ବରଚିତ କବିତାମାନ  ପାଠ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟତମ ଉପସଭାପତି ରଶ୍ମି ରଂଜନ ବୋଇତାଇ, ସମ୍ପାଦକ ରାଧାମୋହନ ନାୟକ, ପରୀକ୍ଷିତ ଗୁରୁ, ଇନ୍ଦ୍ରମଣି ମହାପାତ୍ର, ଅର୍ଜୁନ ଭୂୟାଁ, ଅରବିନ୍ଦ ପାତ୍ର, ସୁଭ୍ରାଂଶୁ ଶେଖର ମହାପାତ୍ର, ବିପିନ ବିହାରୀ ପଟନାୟକ ପ୍ରମୁଖ ସହାୟତା କରିଥିବା ବେଳେ  ଅକ୍ଷୟ କୁମାର ସାମଲ, ରବୀନ୍ଦ୍ର ନାଥ ପଣ୍ଡା, ପୂର୍ଣ୍ଣ ଚନ୍ଦ୍ର ଜେନା, ପ୍ରତାପ କୁମାର ପଣ୍ଡା, ଅବନୀ କୁମାର ମହାନ୍ତି, ପ୍ରସନ୍ନ କୁମାର ମହାନ୍ତି, ଧରଣୀଧର ସାମଲ, ଅଶୋକ କୁମାର ରାଉତ, ରତିକାନ୍ତ ମିଶ୍ର ପ୍ରମୁଖ ବହୁ ସାହିତ୍ୟିକ ବୁଦ୍ଧିଜୀବି ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!