ଭାରତୀୟ ବାରିକ ସମାଜର ସ୍ଥାପନା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

1 min read
Spread the love

୧୯୮୭ ମସିହା ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ବାରିକ ସମାଜର ସ୍ଥାପନା ହୋଇଥିଲା। ଏହି ସମାଜର ବିଭିନ୍ନ ପ୍ରଦେଶର ଶାଖା ରହିଛି। ରଷ୍ଟ୍ରୀୟ ସଙ୍ଗଠନର ନିଷ୍ପତ୍ତି ଓ ନିର୍ଦ୍ଦେଶକ୍ରମେ ବିଭିନ୍ନ ରାଜ୍ୟର ଶାଖାଗୁଡ଼ିକ ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ଆୟୋଜିତ ହୋଇଯାଇଛି। ଏହି କ୍ରମରେ ସମାଜର ରାଉରକେଲା ଶାଖା ପକ୍ଷରୁ ଦିବ୍ୟାଙ୍ଗମାନଙ୍କ ପାଇଁ ରହିଥିବା ସଙ୍ଗଠନ ‘ଶ୍ରଦ୍ଧା’ ର ଅନ୍ତେବାସୀମାନଙ୍କ ସହିତ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଉରକେଲା ସହରର ସେକ୍ଟର-୧୬ ସ୍ଥିତ ‘ଶ୍ରଦ୍ଧା’ ଅନୁଷ୍ଠାନରେ ବାରିକ ସମାଜର ୩୬ତମ ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ରାଉରକେଲା ଶାଖାର ସଭାପତି ବିପିନ ବିହାରୀ ଶର୍ମାଙ୍କ ନେତୃତ୍ୱରେ ଏହି ଅବସରରେ ଶ୍ରଦ୍ଧାର ଅନ୍ତେବାସୀମାନଙ୍କୁ ଖାଦ୍ୟ ଦ୍ରବ୍ୟ ବଣ୍ଟନ କରାଯାଇଥିଲା। ଏଥିରେ ରାଉରକେଲା ଶାଖାର ସମ୍ପାଦକ ସତ୍ୟେନ୍ଦ୍ର ଶର୍ମା ଓରଫ ଭୋଳା , କୋଷାଧ୍ୟକ୍ଷ ସିୟାରାମ ଠାକୁରଙ୍କ ସମେତ ସଂଘର ସ୍ଥାନୀୟ ଶାଖା ସଦସ୍ୟ ନଗେନ୍ଦ୍ର ଠାକୁର, ରମେଶ ଠାକୁର, ବିରେନ୍ଦ୍ର ଠାକୁର, ସନ୍ତୋଷ ଠାକୁର ଓ ଗଣେଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!