ସେକ୍ଟର-୧୬ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ଇଣ୍ଟରଆକ୍ଟ କ୍ଲବ୍‌ର ଅଧିଷ୍ଠାନ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ସହରର ସେକ୍ଟର-୧୬ଡିଏଭି ପବ୍ଲିକ୍‌ ସ୍କୁଲ୍‌ରେ ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟି ପକ୍ଷରୁ ଇଣ୍ଟରଆକ୍ଟ କ୍ଲବ୍‌ର ଅଧିଷ୍ଠାନ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ଡ ସୁସ୍ମିତା ଦାସ ଓ ସମ୍ମାନିତ ଅତିଥିଭାବେ ରୋଟାରିଆନ ପରବେଜ ଆରୋରା ଯୋଗଦେଇଥିଲେ। ଏହି ଅବସରରେ କ୍ଲବ୍‌ର ପୂର୍ବତନ ସଭାପତି ଓ ସମ୍ପାଦକ ସେମାନଙ୍କ ବିବରଣୀ ଉପସସ୍ଥାପନ କରିବା ସହ ନବନିଯୁକ୍ତ ସଭାପତି ଓ ସମ୍ପାଦକଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ଅବସରରେ ଡିଏଭି ସ୍କୁଲ୍‌ ସେକ୍ଟର-୧୬ ର ଅଧ୍ୟକ୍ଷା ଯଶ୍‌ୱିନ୍ଦର କୌର ଉପସ୍ଥିତ ରହି ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟି ପକ୍ଷରୁ ଇଣ୍ଟରଆକ୍ଟ କ୍ଲବ୍‌ ର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ।

ଏହି କ୍ଲବ୍‌ ମାଧ୍ୟମରେ ସ୍କୁଲ୍‌ର ପିଲାମାନେ ବିଭିନ୍ନ ନୂତନ କାର୍ଯ୍ୟ କରିପାରୁଛନ୍ତି ବୋଲି ଶ୍ରୀମତୀ କୌର କହିଥିଲେ। ଏହି ଅବସରରେ ଇଣ୍ଟରଆକ୍ଟ କ୍ଲବ୍‌ ପକ୍ଷରୁ ଆସନ୍ତା ଦିନରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇ ସୂଚନା ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଶେଷ ପର୍ଯ୍ୟାୟରେ ଆୟୁଶି ସାମଲଙ୍କ ଦ୍ୱାରା ନୃତ୍ୟ ପ୍ରଦର୍ଶନ ହୋଇଥିଲା। ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ରୋଟାରୀ କ୍ଲବ୍‌ ଷ୍ଟିଲ୍‌ ସିଟି ର ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!