ଡବ୍ଲୁ ଏଫ ଟି ୟୁ ଡ଼ାକରାରେ ଏ ଆଇ ୟୁ ଟି ୟୁ ସି ତରଫରୁ ଆନ୍ତର୍ଜାତିକ ଯୁଦ୍ଧ ବିରୋଧୀ ଶାନ୍ତି ଦିବସ ପାଳିତ

1 min read
Spread the love

ସେପ୍ଟେମ୍ବର ୧ ତାରିଖ ଦ୍ଵିତୀୟ ବିଶ୍ଵଯୁଦ୍ଧର ଅୟମାରମ୍ଭ ଦିନ ଯେଉଁ ଫାସିଷ୍ଟ ହିଟଲରଙ୍କ ନେତୃତ୍ବରେ ନାଜି ଜର୍ମାନୀ ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା, ଯାହାକୁ ଆଜିବି ବିଶ୍ୱରେ ନିଷ୍ପେସିତ ଜନଗଣ ଭୁଲିନାହାନ୍ତି| ତେଣୁ ଏହି ସେପ୍ଟେମ୍ବର ୧ ତାରିଖକୁ ବିଶ୍ୱର ବିଭିନ୍ନ ଦେଶର କର୍ପୋରେଟ ଶୋଷଣରୁ ସାଧାରଣ ଶ୍ରମିକ ମାନଙ୍କର ମୁକ୍ତିପାଇଁ କାମ କରୁଥିବା ଲଢୁଆ ଶ୍ରମିକ ସଂଗଠନ ମାନଙ୍କର ଆନ୍ତର୍ଜାତିକ ସଂଗଠନ ୱାର୍ଲଡ଼ ଫେଡରେସନ ଅଫ ଟ୍ରେଡ଼ ୟୁନିୟନ – ଡବ୍ଲୁ ଏଫ ଟି ୟୁ ପକ୍ଷରୁ ଶାନ୍ତି ପାଇଁ ଆନ୍ତର୍ଜାତିକ ଟ୍ରେଡ଼ ୟୁନିୟନ କ୍ରିୟାନୁଷ୍ଠାନ ଦିବସ ଭାବରେ ପାଳନ କରିବା ପାଇଁ ଆହ୍ବାନ ଦିଆଯାଇଛି| ଏଥିପାଇଁ ବିଶ୍ୱର ବିଭିନ୍ନ ଦେଶର ଶ୍ରମିକ ସଂଗଠନ ମାନେ ମିଳିତ ଭାବରେ ଏବଂ ଏକକ ଭାବରେ ଶ୍ରମିକମାନଙ୍କୁ ସଂଗଠିତ କରି ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ସାମାଜିକ ସୁରକ୍ଷା କ୍ଷେତ୍ରରେ ଅଧିକ ବ୍ୟୟ ବରାଦ କରିବା ସହିତ ଯୁଦ୍ଧାସ୍ତ୍ର ପ୍ରସ୍ତୁତ ଦିଗରେ ଯେତେ କମ ବ୍ୟୟ କରିବା ଏବଂ ସାମ୍ରାଜ୍ୟବାଦୀ ଶକ୍ତିମାନେ କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନକରିବା ପାଇଁ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏ ଆଇ ୟୁ ଟି ୟୁ ସି ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ରାଉରକେଲା ବିଶ୍ରା ଛକ ଠାରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା| ଜିଲ୍ଲା ସମ୍ପାଦକ ଅଜିତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ସୁନ୍ଦରଗଡ ଜିଲ୍ଲା କମିଟି ସଦସ୍ୟ ବିଷ୍ଣୁ ପଣ୍ଡା, ବିଜୟ ସାହୁ, ବିରେନ ନାୟକ, ଆଲୋକ ବେହେରା, ଧୋବେଇ ବେହେରା, ସୁବାସ ଦଣ୍ଡପାଟ, କ୍ଷେତ୍ରବାସୀ ସେଠୀ, ମାର୍କଣ୍ଡ ଦାସ, ସୁଶୀଲ କୁମାର ବାରିକ, କମଲେସ ମାଛଖଣ୍ଡ ପ୍ରମୁଖଙ୍କ ସମେତ ୟୁନିୟନର ବହୁ ଶ୍ରମିକ କର୍ମଚାରୀ ଯୋଗଦେଇଥିଲେ|

Leave a Reply

Your email address will not be published. Required fields are marked *

error: Content is protected !!