ଅଖିଳ ଭାରତ କୃଷକ ସଭା ପକ୍ଷରୁ ଚାଷ ଓ ଚାଷୀଙ୍କ ସମସ୍ୟାକୁ ନେଇ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

1 min read
Spread the love

ଚାଷ ବଞ୍ଚାଅ ଓ ଚାଷୀ ବଞ୍ଚାଅ ଦାବୀରେ ଅଖିଳ ଭାରତ କୃଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ “ପାନପୋଷ ଉପ-ଜିଲ୍ଲାପାଳ ଅଫିସ ଚାଲ” ଅଭିଯାନ ଅନ୍ତର୍ଗତ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଅଛି । ଏହି ଅବସରରେ ଅଖିଳ ଭାରତ କ୍ରୁଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟି ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ଯମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପାନପୋଷ ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଏଥିରେ  ଡକ୍ଟର ସ୍ବାମୀନାଥନ କମିଶନଙ୍କ ସୁପାରିଶକୁ କାର୍ଯ୍ୟକାରୀ କରିବା, ଧାନ କ୍ବିଇଣ୍ଟାଲ ୪ ହଜାର ଟଙ୍କା ଧାର୍ଯ୍ୟ କରିବା,  ଅଭାବୀ ଧାନ ବିକ୍ରୀ ବନ୍ଦ ସହ ଫରଓ୍ବାର୍ଡ ଟ୍ରେଡିଂ ବନ୍ଦ ଆଦି ପାଇଁ ତୁରନ୍ତ ଆଇନ୍ ପ୍ରଣୟନ କରାଯିବାକୁ ଦାବି କରାଯାଇଛି। ଅଖିଳ ଭାରତ କୃଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟିର ସଦାନନ୍ଦ ସାହୁଙ୍କ ନେତୃତ୍ୱରେ ଅଖିଳ ଭାରତ କୃଷକ ସଭାର ସ୍ଥାପନା ଦିବସ ଉପଲକ୍ଷେ ୨୦ଟି ଦାବିକୁ ନେଇ ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା।

ଏହା ସହିତ କଳକାରଖାନା ଓ ଖଣିଖାଦାନ ଯୋଗୁଁ କୃଷି କ୍ଷେତ୍ରରେ ହେଉଥିବା ବ୍ୟାପକ  ପ୍ରଦୂଷଣକୁ ତୁରନ୍ତ ବନ୍ଦ୍ କରାଯାଉ,  ସମସ୍ତ ଚାଷୀଙ୍କର କୃଷି ଋଣ ଛାଡ଼ କରିବା,  ୬୦ ବର୍ଷରୁ ଉର୍ଦ୍ଧ୍ବ ବୟଷର ଚାଷୀଙ୍କୁ ଛଅହଜାର ଟଙ୍କା ପେନସନ୍ ପ୍ରଦାନ ଆଦି ଦାବି ମଧ୍ୟ କରାଯାଇଛି ।  ଏହି ବିକ୍ଷୋଭରେ ଅଖିଳ ଭାରତ କୃଷକ ସଭା, ସୁନ୍ଦରଗଡ଼ ଜିଲ୍ଲା କମିଟିର ଦାସୁଂଲ କିସାନ, ଫିଲନା ଟପ୍ପୋ, କଳ୍ପନା ରାଉତ, ମହେଶ ଦୀପ୍ ପ୍ରମୁଖ ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!