ଚିନ୍ମୟ ବିଦ୍ୟାଳୟର ନିଆରା ରାକ୍ଷୀ ପୂର୍ଣ୍ଣିମା ଉତ୍ସବ

1 min read
Spread the love

ରାଉରକେଲା ସହରର ଚିନ୍ମୟ ବିଦ୍ୟାଳୟ, ଛେଣ୍ଡ ପରିସର ରେ ରାକ୍ଷୀ ପୂର୍ଣ୍ଣିମା ଉତ୍ସବ ନିଆରା ଢଙ୍ଗରେ ପାଳନ କରାଯାଇଛି। ରାକ୍ଷୀ ପୂର୍ଣ୍ଣିମା ଏକ ସମ୍ପର୍କ ର ଉତ୍ସବ। ଭଉଣୀ ଭାଇ କୁ ରାକ୍ଷୀ ଟିଏ ବାନ୍ଧି ଦିଏ । ନିଜର ସ୍ନେହ ଓ ଭଲପାଇବା କୁ ଅଜାଡ଼ି ଦିଏ ଏହି ସମ୍ପର୍କ ର ସୂତା ଟିଏ ମାଧ୍ୟମ ରେ। ଭାଇ ଭଉଣୀ ପ୍ରତି ନିଜର ଭଲ ପାଇବା ଓ  ସମର୍ପଣ ଭାବ ପ୍ରକାଶ କରିଥାଏ । ଭାରତୀୟ ପରମ୍ପରା ରେ ରାକ୍ଷୀ କେବଳ ଭାଇ ଓ ଭଉଣୀ ମଧ୍ୟ ରେ ସୀମିତ ନ ରହି , ଏହା ଏକ ରକ୍ଷା ସୂତ୍ର  ଭାବ ରେ ଯୁଗ ଯୁଗ ଧରି ଯିଏ ରକ୍ଷା କରେ  ତାକୁ ବାନ୍ଧି ଦିଆଯାଏ । ଏହା ଏକ ସୁନ୍ଦର ପରମ୍ପରା ।  ପବିତ୍ର ରାକ୍ଷୀ ପୂର୍ଣିମା ଦିବସରେ ଚିନ୍ମୟ ବିଦ୍ୟାଳୟ, ଛେଣ୍ଡ ର ଛାତ୍ର ଛାତ୍ରୀ ମାନେ ନିଜର ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ସହ  ରାଉରକେଲା ସରକାରୀ ଚିକିତ୍ସାଳୟ ରେ ପହଞ୍ଚି ସେଠାରେ ନିରନ୍ତର ଜନସେବା ରେ ବ୍ରତୀ କର୍ମକର୍ତ୍ତା ମାନଙ୍କ ହାତ ରେ ରାକ୍ଷୀ ବାନ୍ଧିଥିଲେ। ସେମାନଙ୍କୁ ବନ୍ଦାପନା କରିବା ସହ ମିଠା ଖୁଆଇଥିଲେ ।

ସମସ୍ତଙ୍କୁ ଗୋଟିଏ ଗୋଟିଏ ଛତା ଉପହାର ଭାବରେ ପ୍ରଦାନ କରିଥିଲେ । ପରେ ସେଠାରେ ସେବାରତ ଡାକ୍ତର ଓ ନର୍ସ ମାନଙ୍କୁ ମଧ୍ୟ ରାକ୍ଷୀ ବାନ୍ଧିଥିଲେ ।ଛାତ୍ର ଛାତ୍ରୀ ସମାଜ ସେବା ରେ ବ୍ରତୀ ମଣିଷ ମାନଙ୍କ ହାତ ରେ ରାକ୍ଷୀ ବାନ୍ଧି ଖୁବ୍ ଖୁସି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମ କୁ  ବିଦ୍ୟାଳୟ ର ଶିକ୍ଷକ ରବି ନାରାୟଣ ଦଣ୍ଡିଆ , ବେନି ପ୍ରସାଦ ମହନ୍ତ ତଥା ଶିକ୍ଷୟତ୍ରୀ ଭୂମିକା ପଟ୍ଟନାୟକ ଓ ମାଧବୀ ହୋତା ପରିଚାଳନା କରିଥିଲେ। ଏହାସହ ବିଦ୍ୟାଳୟ ପ୍ରାଙ୍ଗଣ ରେ ଏହି ଉତ୍ସବ ଖୁବ୍ ଆକର୍ଷଣୀୟ ଭାବରେ ପାଳନ କରାଗଲା । ଭାରତୀୟ ସେନା ରୁ ଅବ୍ୟାହତି ନେଇଥିବା ୧୪ ଜଣ ଦେଶପ୍ରେମୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।ଫ୍ଲାଇଟ୍ ଲେଫ୍ଟନାଣ୍ଟ ବସନ୍ତ ମହାରଣା , କ୍ୟାପଟେନ ପ୍ରଦୀପ ବେକ , ହାବିଲଦାର ନିର୍ମଳ ଦାସ, ସୁବେଦର୍ ଧନେଶ୍ଵର ଦାସ, ଅଫିସର  ଅସୀମ ମିଶ୍ର, ହାବିଲଦାର ଦୁଷ୍ମନ୍ତ ସାହୁ, ସର୍ଜେଣ୍ଟ ପ୍ରଶାନ୍ତ ପାଣିଗ୍ରାହୀ , ଅଫିସର ସୁବ୍ରତ ମହାପାତ୍ର , ନାଇକ ଶିବଶରଣ ମିଶ୍ର, କ୍ୟାପଟେନ ନିରଞ୍ଜନ ରଣା, ହାବିଲଦାର ବଳରାମ ଚମ୍ପତିରାୟ , ଶୁବେଦାର୍ ଅନନ୍ତ ଦାସ, ହାବିଲଦାର ବିଶ୍ଵନାଥ ଗୁପ୍ତା, ଏବଂ ବି କେ ହୋତା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।  ଏମାନଙ୍କ ମଧ୍ୟ ରୁ କ୍ୟାପଟେନ ପ୍ରଦୀପ ବେକ ସୋର୍ଯ୍ୟ ଚକ୍ର ପୁରସ୍କାର ପ୍ରାପ୍ତ  ଭାରତର  ଗର୍ବ ଅଟନ୍ତି।ଏମାନଙ୍କ ମଧ୍ୟରେ କାରଗିଲ ଯୁଦ୍ଧ ରେ ଅଂଶ ଗ୍ରହଣ କରିଥିବା ବୀର ମଧ୍ୟ ଉପସ୍ଥିତ ଥିଲେ। ଛାତ୍ର ଛାତ୍ରୀ ଏମାନଙ୍କୁ ଶଙ୍ଖ , ହୁଳହୁଳି ,  କୁମକୁମ୍ ଚନ୍ଦନ ଓ ପୁଷ୍ପଗୁଚ୍ଛ ସହ ସ୍ବାଗତ କରିଥିଲେ । ଅଶ୍ଵିନୀ ପ୍ରଧାନ ଅତିଥିଙ୍କ ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା  କରିଥିଲେ । ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପ୍ରାର୍ଥନା ସହ ଜଗନ୍ନାଥଙ୍କୁ ଅତିଥି ଗଣ ପୁଷ୍ପ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ନିରୁପମା ମହାପାତ୍ର ଙ୍କ ତତ୍ତ୍ଵାବଧାନରେ ପିଲାମାନେ ଦେଶାତ୍ମବୋଧକ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଦେଶର ବୀର ସୈନ୍ୟ ମାନଙ୍କୁ ରାକ୍ଷୀ ବାନ୍ଧି ଓ  ସ୍ନେହର ଉପହାର ପ୍ରଦାନ କରି ପିଲାମାନେ ଅତ୍ୟନ୍ତ ଗର୍ବ  ଅନୁଭବ କରିଥିଲେ । ଶିକ୍ଷୟତ୍ରୀ ସୁମତି ମିଶ୍ର ଙ୍କ ପରିଚାଳନା ରେ ଛୋଟ ପିଲାମାନେ ଖୁବ୍ ସୁନ୍ଦର୍ ନୃତ୍ୟ ପରିବେଷଣ କରିଥିଲେ ।

ଛାତ୍ର ସୌମ୍ୟ ଶୁଭମ୍ ନିଜର ଚିତ୍ତାକର୍ଷକ ବଂଶୀ ବାଦନ ରେ ସମସ୍ତଙ୍କ ମନ ମୋହିଥିଲେ । ସପ୍ତମ ଶ୍ରେଣୀ ର ସାଇ ସ୍ଵସ୍ତିକ ଜେନା ଆମ ବୀର ସୈନିକ ଙ୍କ ଅବଦାନ ନିମନ୍ତେ ତାଙ୍କ ର ଗୌରବ ଗାନ କରିଥିଲା । ଅତିଥି ଗଣ ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଲେ୍ଫ୍ଟନେଣ୍ଟ ବସନ୍ତ ମହାରଣା ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। କ୍ୟାପଟେନ ବେକ ନିଜର ସୋର୍ଯ୍ୟ ଚକ୍ର ପୁରସ୍କାର ସମ୍ବନ୍ଧ ରେ କହିଥିଲେ ।ତାଙ୍କର ବୀରତ୍ୱର ଗାଥା ପିଲାମାନଙ୍କୁ ଖୁବ୍ ଉତ୍ସାହିତ କରିଥିଲା । ଅନ୍ୟମାନେ ପିଲାମାନଙ୍କୁ ଦେଶ ଭକ୍ତି ସହ ଦେଶ ର ସେନା ରେ ଯୋଗ ଦେବାକୁ ଉତ୍ସାହିତ କରିଥିଲେ । ନିଜ ଭିତରର ଶକ୍ତି କୁ ଚିହ୍ନିବା ସହ ଭଲ ମଣିଷ ହେବାକୁ  ପ୍ରବର୍ତ୍ତାଇଥିଲେ। ଯୁବକ ମାନେ  ନିଶା ପାନ ରୁ ଦୂରେଇ ରହିବାକୁ ମଧ୍ୟ କହିଥିଲେ। ସମସ୍ତ ଅତିଥିଙ୍କ ଉପଦେଶ ମୂଳକ ବାର୍ତ୍ତା ବାସ୍ତବିକ୍ ଖୁବ୍ ଭଲ ଲାଗିଲା। ଛାତ୍ର ଛାତ୍ରୀ ଅତ୍ୟନ୍ତ ଆନନ୍ଦ ସହ ଏହି ଉତ୍ସବ କୁ ପ୍ରାର୍ଥନା ସହ ଶେଷ କରିଥିଲେ । ଶିକ୍ଷକ ଶ୍ରୀ ରବି ନାରାୟଣ ଦାଣ୍ଡିଆ ଧନ୍ୟବାଦ୍ ଅର୍ପଣ କଲେ ।

Leave a Reply

Your email address will not be published. Required fields are marked *

error: Content is protected !!