ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ

1 min read
Spread the love

ପଶ୍ଚିମ ଓଡିଶା ସାଂସ୍କୃତିକ ପରିଷଦ ତରଫରୁ ସେକ୍ଟର ୧୪କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ତାଙ୍କ ଜୟନ୍ତୀ ଅବସରରେ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରାଯାଇଥିଲା। ପରିଷଦର ସଭାପତି ସ୍ବରୂପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ପ୍ରକାଶ ପାଢୀଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଉପସଭାପତି ତଥା ସଚେତନ ନାଗରିକ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, ବାସନ୍ତୀ ପାଠାଗାରର ସଭାପତି ଡଃ ଶକ୍ତି ପ୍ରସାଦ ସାମନ୍ତରାୟ, କୋଣାର୍କ ସାଂସ୍କୃତିକ ପରିଷଦର ମୁଖ୍ୟ ଗନ୍ଧର୍ବ ରାଜ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ଘ୍ୟ ଅର୍ପଣ କରି କହିଲେ ଯେ ଜଣେ ଆଧୁନିକ ଅବବୋଧର ବ୍ୟକ୍ତିତ୍ବ ଭାବେ ମେହେର ଜ୍ଞାନ ସମାଜର ପ୍ରତିନିଧି ଥିଲେ।

ଗଙ୍ଗାଧର ସେ ସମୟରେ ମାଳ ଉପକୂଳ ଭିତରେ ଏକ ସର୍ବଗ୍ରାହୀ, ଉଦ୍ଦୀପ୍ତ ଓ ବିଶାଳ ହୃଦୟ ସାଂସ୍କୃତିକ ସେତୁ ଥିଲେ। ଓଡ଼ିଆ ଅସ୍ମିତାର ଅନ୍ୟତମ ପ୍ରଖର ଓ ପ୍ରଗାଢ ଶିଳ୍ପୀ ଥିଲେ ଗଙ୍ଗାଧର। ଏହି ଅବସରରେ ରମେଶ ସୁନା ଓ ସୂର୍ଯ୍ୟ ପାଢୀ କବିତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ବହିଦାର, କୁଞ୍ଜବିହାରୀ ସାହୁ, ପୀତବାସ ପ୍ରଧାନ, ନରେନ୍ଦ୍ର ମିଶ୍ର, ନିବାସ ଦାସ, ଦୁର୍ଗା ଶଙ୍କର ଯୋଶୀ, ଶୁଭ୍ରାଂଶୁ ଶେଖର ବଡପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନ ତରଫରୁ ଆସନ୍ତା ସେପ୍ଟେମ୍ବର ୩ତାରିଖ ଦିନ ଦିବା ୧୦ ଘଟିକା ସମୟରେ ଓଡିଆ ବିଭାଗ, ମ୍ୟୁନିସିପାଲ ମହାବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗଙ୍ଗାଧରଙ୍କ ଜୟନ୍ତୀ ଓ ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିଲା।

ସେକ୍ଟର ୧୪ରେ ସ୍ବଭାବ କବିଙ୍କ ପୂରାତନ ମୂର୍ତ୍ତି ହଟାଯାଇ ନୂତନ ମୂର୍ତ୍ତି ପ୍ରତିଷ୍ଠା କରାଯାଇଥିବାରୁ ଶ୍ରୀ ବିଶି ଓ ଅନୁଷ୍ଠାନ ତରଫରୁ  ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ସହର ସେବା ପ୍ରଶାସନର ମୁଖ୍ୟ ପ୍ରତାପ କୁମାର ସ୍ବାଇଁଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!