ରଘୁନାଥପାଲ୍ଲୀ ମହିଳା ବିଜୁ ଜନତା ଦଳ ପକ୍ଷରୁ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଆୟୋଜିତ    

1 min read
Spread the love

ରାଉରକେଲା ମହିଳା ବିଜୁ ଜନତା ଦଳ ପକ୍ଷରୁ ପବିତ୍ର ରକ୍ଷାବନ୍ଧନ କାର୍ଯ୍ୟକ୍ରମ ମହିଳା ମୋର୍ଚ୍ଚା ସଭାନେତ୍ରୀ ଇନ୍ଦିରା ନାୟକ ଙ୍କ ନେତୃତ୍ବରେ ରାଉରକେଲା ଭଞ୍ଜଭବନ ପରିସରରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ର ବିଧାୟକ ସୁବ୍ରତ ତରାଇ ଙ୍କ ସମେତ ଦଳର ବରିଷ୍ଠ ନେତୃତ୍ବମାନଙ୍କ ମଧ୍ୟରେ ସୁଧିର ସୁନ୍ଦର ରାୟ, ଆନନ୍ଦ ଚନ୍ଦ୍ର ମହାନ୍ତି, ଆର୍ତ୍ତ ମହାରଣା, ପ୍ରହ୍ଲାଦ ନାୟକ  ଯୋଗ ଦେଇଥିଲେ। ଉପସ୍ଥିତ ରଘୁନାଥପାଲୀ ଅଞ୍ଚଳ ର ସହସ୍ରାଧିକ ମହିଳା ମାନେ ପାରମ୍ପରିକ ପୂଜାର୍ଚ୍ଚନା ସହ ବିଧାୟକ ଙ୍କୁ ବନ୍ଦାପନା ସହ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ। ବିଧାୟକ ଏହି ଅବସରରେ ଉପସ୍ଥିତ ସମସ୍ତ ଭଉଣୀ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ମହାପ୍ରଭୁ ଜଗନ୍ନାଥ ସମସ୍ତ ଙ୍କ ମଙ୍ଗଳ ପାଇଁ  ପ୍ରାର୍ଥନା କରିଥିଲେ।

ପ୍ରାରମ୍ଭ ରେ ବିଧାୟକ ଜଗନ୍ନାଥ ମହାପ୍ରଭୁଙ୍କ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ପୂଜାର୍ଚ୍ଚନା କରି ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳା କର୍ମକର୍ତ୍ତା, ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ବିଧାୟକଙ୍କୁ ରାକ୍ଷୀ ବାନ୍ଧିଥିଲେ। ଏହି ଅବସରରେ ମନୋରଞ୍ଜନ ପାଇଁ ସୁର ସଙ୍ଗମ ସଂସ୍ଥାର କଳାକାର ମାନେ ମନଛୁଆଁ ଓ ଲୋକପ୍ରିୟ ଗୀତ ସହିତ ମହାପ୍ରଭୁଙ୍କ ଭଜନ ପରିବେଷଣ କରିଥିଲେ। ଦିନ ତମାମ ଏହି କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଦିବସ ପାଳନ ର ଯଥାର୍ଥତା ପ୍ରତିପାଦନ ହୋଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ରେ ଯୁବ ମୋର୍ଚ୍ଚା ସଭାପତି ପ୍ରଭାକର ଚୈଧୁରୀ, ମହିଳା ନେତୃମଣ୍ଡଳୀ ମୀନତି ବିଶ୍ବାଳ, ମୀନତି ଦେବତା, ପ୍ରତିମା ରାଉତ, ଗାୟତ୍ରୀ ରାଉତ, ରୋଜାଲିନ ପ୍ରଧାନ, ମଞ୍ଜୁଲତା ସାମଲ, ବୀଣା ପଣ୍ଡିତ, ସୀତା ସାବତ, ଉର୍ମି ନାୟକ, ସୁମନ ପ୍ରସାଦ, ବୃନ୍ଦା ବାରିକ, ବିଦ୍ୟୁତ ଲତା ମହାନ୍ତି ,ପୁଷ୍ପାଲତା ସାହୁ, ସରିତା ନାୟକ, ମମତା ଗୈାଡ, ପ୍ରିୟଙ୍କା ପାଣି, ଗୀତା ପଟ୍ଟନାୟକ, ରେଣୁ ବିଶ୍ଵକର୍ମା, ସଙ୍ଗୀତା ଚୈଧୁରୀ, ଦୀପାଳୀ ପାତ୍ର, କାମିନୀ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!