ସୁୁନାଫୁଲ  ପକ୍ଷରୁ ଶିଶୁମେଳା ଓ ସ୍ୱଭାବ କବି ଗଙ୍ଗାଧର ଜୟନ୍ତୀ ପାଳିତ

1 min read
Spread the love

ଦକ୍ଷତା ବିକାଶ ପାଇଁ ଭାଷା ସାହିତ୍ୟର ଆବଶ୍ୟକତା ଏକାନ୍ତ ଆବଶ୍ୟକ। ଅଭିଜ୍ଞତାରୁ ଦକ୍ଷତା ହାସଲ କରି ହୁଏ। ମହାପୁରୁଷମାନଙ୍କର ଜୀବନଧାରା , କାର୍ଯ୍ୟପନ୍ଥା ଓ ସଫଳତା ଆଦିର ସମସ୍ତ କାହାଣୀ ପଠନ ଦ୍ୱାରା ଦକ୍ଷତାର ବିକାଶ ହୁଏ। ବାରମ୍ୱାର ଅଭ୍ୟାସ ଦକ୍ଷତା ବୃଦ୍ଧିର ଅନ୍ୟ ଏକ ପଦକ୍ଷେପ। ମହାପୁରୁଷ, ବୈଜ୍ଞାନିକ ଆଦିଙ୍କର ସଫଳ ଜୟଯାତ୍ରାର କାହାଣୀ ପଠନ ଦ୍ୱାରା ଜ୍ଞାନର ପରିସୀମା ବୃଦ୍ଧି ହୁଏ। ଭାଷା ଓ ସାହିତ୍ୟ   ହିଁ ଦକ୍ଷତା ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ ବୋଲି ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆୟୋଜିତ ଶିଶୁମେଳା ଓ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଅବସରରେ ବକ୍ତାମାନେ ମତ ପୋଷଣ କରିଛନ୍ତି। ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ସାଧାରଣ ସମ୍ପାଦକ ସୁନୀଲ ମହାନ୍ତିଙ୍କ ଆବାହକତ୍ୱରେ ଅନୁଷ୍ଠିତ ଶିଶୁମେଳାରେ ବିଭିନ୍ନ ବିଦ୍ୟାଳୟର  ଛାତ୍ରଛାତ୍ରୀମାନେ ଅତିଥିଭାବେ ଦକ୍ଷତାର ବିକାଶରେ ଭାଷା ସାହିତ୍ୟର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ମୁଖ୍ୟ ଅତିଥିଭାବେ ଶୁଭଶ୍ରୀ ମହାନ୍ତି ଯୋଗଦେଇ ସୁନାଫୁଲ ସାହିତ୍ୟ ସଂସଦ ପ୍ରତିବର୍ଷ ଗଙ୍ଗାଧର ଜୟନ୍ତୀ ପାଳନ କରିବା ସହ ନିଆରା ଢଙ୍ଗରେ ଶିଶୁମେଳା ପାଳନ କରିବା ସହ ଭବିଷ୍ୟତ ଛାତ୍ରଛାତ୍ରୀମାନଙ୍କୁ  ନୂତନ ଦିଗଦର୍ଶନ ଦେଇ ଆସୁଛି ବୋଲି କହିଥିଲେ। ସମ୍ମାନିତ ବକ୍ତାଭାବେ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ଆର୍ୟାନ ପ୍ରିୟଦର୍ଶୀ, ଡିଏଭି ବିଦ୍ୟାଳୟର ଛାତ୍ର ରାଜ ଆର୍ୟାନ ପଣ୍ଡା , ମୁଖ୍ୟବକ୍ତାଭାବେ ସରକାରୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଛାତ୍ରୀ ସୁରଭି ଦାଶ ଓ ନାରାୟଣ ସ୍ୱାଇଁ ପ୍ରମୁଖ ବିଷୟ ବସ୍ତୁ ସମ୍ପର୍କରେ ଆଲୋଚନା କରିଥିଲେ।

ବିଶିଷ୍ଟ ଅତିଥିଭାବେ ରିମ୍‌ସର ଅଧ୍ୟକ୍ଷା ନଳିନୀପ୍ରଭା ପଟ୍ଟନାୟକ, ବିଶିଷ୍ଟ ଶିଶୁ ସାହିତ୍ୟିକ ତ୍ରିଲୋଚନ ମଥାନ, ଓଡ଼ିଆ ଅଧ୍ୟାପକ ଗିରିଜା ଗୋସ୍ୱାମୀ, ଶିଶୁ ସାହିତ୍ୟିକ ସତ୍ୟବ୍ରତ ଦାସ , ଇଂ ଅଶୋକ ପଟ୍ଟନାୟକ ପ୍ରମୁଖ ଶିଶୁ ପ୍ରତିଭାର ବିକାଶ ନିମନ୍ତେ ସୁନାଫୁଲର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ସ୍ୱଭାବ କବି ଗଙ୍ଗାଧରଙ୍କ ସାହିତ୍ୟରେ ଓଡିଆ ଭାଷାଭାବନା ସମ୍ପର୍କରେ ଆଲୋଚନା କରିଥିଲେ। ସଂସଦର ଉପସଭାପତି ସନ୍ତୋଷ କୁମାର  ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ କାଯ୍ର୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଗଠନ ସମ୍ପାଦକ ବ୍ରହ୍ମାନନ୍ଦ ପାଢୀ କାଯ୍ର୍ୟକ୍ରମ ସଂଯୋଜନା କରିଥିଲେ।

କାଯ୍ର୍ୟକାରୀ ସଭାପତି ଶଶଧର ପଣ୍ଡାଙ୍କ ଉପସ୍ଥିତିରେ ଯୁଗ୍ମ ସମ୍ପାଦକ ମହେନ୍ଦ୍ର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପନ୍ଦରରୁ ଅଧିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଉରକେଲାର ବିଭିନ୍ନ କବିମାନଙ୍କର କବିତା ପାଠ କରିଥିଲେ। ଏହି କବିତା ପାଠ କାର୍ଯ୍ୟକ୍ରମକୁ ରିମ୍‌ସର ଛାତ୍ରୀ ସୌମ୍ୟାଶ୍ରୀ ମହାନ୍ତି ସଂଯୋଜନା କରିଥିଲେ। ଏହି କାଯ୍ର୍ୟକ୍ରମରେ ଭିନ୍ନକ୍ଷମ ବିଦ୍ୟାଳୟ ଓ ଅନାଥାଶ୍ରମର ଛାତ୍ରଛାତ୍ରୀମାନେ ଯୋଗଦେଇ ସୁନାଫୁଲ ସାହିତ୍ୟ ସଂସଦକୁ ଉତ୍ସାହିତ କରିଥିଲେ। ଶୁଭଶ୍ରୀ ପୃଷ୍ଟି , ତନୱି ହୋତା , ତନିଶା ପ୍ରଧାନ ପ୍ରାରମ୍ଭିକ ସଂଗୀତ ଓ ନୃତ୍ୟ ପ୍ରଦର୍ଶନ କରିଥିଲେ। ଏହି ଶିଶୁ କବିମାନଙ୍କ ମଧୟରେ ଶ୍ରୀୟଙ୍କ ନାହାକ , ପ୍ରତ୍ୟୁଷା ଶର୍ମା , ରିୟା ଧଳ , ଆରୋହୀ କର , ପ୍ରତୀକ୍ଷା ଦାଶ , ଆୟୁଷୀ ପ୍ରଧାନ , ଶ୍ରୀୟାଂଶୀ ପ୍ରିୟ ଦର୍ଶିନୀ , ମୟଙ୍କ ପୃୃଷ୍ଟି , ଅବନ୍ତିକା ଦାସ , ସଂଗୀତା ଶତପଥୀ , ସୌମ୍ୟାଶ୍ରୀ ମିଶ୍ର , ଲିସିକା ବାଗ , ସରସ୍ୱତୀ ମୋଦକ , ନିବେଦିତା ପାତ୍ର , ସ୍ୱୟଂଶ୍ରୀ ମହାପାତ୍ର , ସୋହନ କର , ମମତା ସିଂ , ସରସ୍ୱତୀ ମୋଦକ , ସିଦ୍ଧିଶ୍ରୀ ମିଶ୍ର , ସାମ୍ୱିକା ଗୌଡ , ଏମ ସ୍ୱୟଂଶ୍ରୀ ସାହୁ , ସୌମ୍ୟାଶ୍ରୀ ସାହୁ , ଲକ୍ଷ୍ମୀପ୍ରିୟା ରାଉତ ପ୍ରମୁଖ ଶତାଧିକ କୁନି କବି କବିତା ପାଠ କରିଥିଲେ। ସଂସଦ ପକ୍ଷରୁ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରଶଂସା ପତ୍ର, ଉପହାର ଓ ଉପଢୌକନ ଆଦି ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ଶୁକ୍ଳା , ହୃଷିକେଶ ମୁଦୁଲି , ତ୍ରିଲୋଚନ ପାଢୀ , ନିଳୀମା ମଲ୍ଲିକ , ବିଷ୍ଣୁପ୍ରିୟା ପଣ୍ଡା ପ୍ରମୁଖ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!