ବିପିପି କୁଏତରେ, ୭୭ତମ ସ୍ୱାଧୀନତା ଦିବସ ପାଳନ କରିଛି – ବିଶ୍ୱ ରଂଜନ

1 min read
Spread the love

ବିପିପି ସଂଗଠନ ସଂସ୍ଥା ଦ୍ଵାରା (ଭାରତୀୟ ପ୍ରଭାସୀ ପରିଷଦ ସଙ୍ଘ, କୁଏତ) ୧୮ ଅଗଷ୍ଟ ୨୦୨୩ ରେ ଭାରତୀୟ ପ୍ରଭାସୀ ପରିଷଦ ସଙ୍ଘ, ସ୍ୱାଧୀନତା ଦିବସରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥାପନ କରି କୁଏତରେ ଭାରତୀୟ ସମ୍ପ୍ରଦାୟର ଦେଶପ୍ରେମକୁ ଉତ୍ସାହିତ କରିବା ପାଇଁ ଭାରତର ସମୃଦ୍ଧ ପରମ୍ପରା ଏବଂ ସଂସ୍କୃତି ପ୍ରଦର୍ଶନ କରିଥିଲା। କୁଏତର ଅବାସିୟା ଆର୍ଟ ସର୍କଲ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭାରତ ନିଜର ୭୭ ତମ ସ୍ୱାଧୀନତା ଦିବସ ଅବସରରେ ଜାତୀୟ ଗର୍ବ, ଏକତା ଏବଂ ସମୃଦ୍ଧ ଭବିଷ୍ୟତ ଗଠନ ପାଇଁ ଏକ ନୂତନ ସଂକଳ୍ପ ସହିତ ସାଂସ୍କୃତିକ ର ଉତ୍ସାହ। ଏହି ଦିନର ଉତ୍ସବରେ ଦେଶପ୍ରେମ ର ଉତ୍ସାହ, ସାଂସ୍କୃତିକ ପ୍ରଦର୍ଶନ ଏବଂ ବିଭିନ୍ନ ସାମାଜିକ- ଅର୍ଥନୈତିକ ବିଶ୍ବ ସ୍ତରୀୟ ଆହ୍ଵାନ ର ଉତ୍ସାହିତ କରାଯାଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଭାରତ ଏବଂ କୁଏତର ଜାତୀୟ ସଂଗୀତ ସହିତ ପରିବେଷଣ କରାଯାଇଥିଲା ଏମ୍ୱ ପରେ ଭାରତୀୟ ଜାତୀୟ ସଂଗୀତ ଏବଂ ପାରମ୍ପାରିକ ଦ୍ଵୀପ ପ୍ରଜ୍ଵଳୀତ କରାଯାଇ ଉଦ୍ଘାଟନୀ ସମାରୋହରେ ଆଲୋକିତ ହୋଇଥିଲା।

ବିଶ୍ୱ ରଂଜନ ସାହୁ (ଭାରତ ପ୍ରଭାସୀ ପରିଷଦ ଓଡ଼ିଶା ସଙ୍ଘ କୁଏତ ଏବଂ ବିପିପି ସାମାଜିକ କଲ୍ୟାଣର ମିଳିତ ସମ୍ମିଳନୀ, ବିଶ୍ୱ ଓଡ଼ିଶା ସୋସାଇଟି ର ସଭାପତି, କୁଏତ, ଜିସିସି ବୋର୍ଡର ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷାକାରୀ ତଥା ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ର ସାଧାରଣ ସମ୍ପାଦକ, / ଭାରତ ସେବା ଦର୍ଶନ ର ଅଧ୍ୟକ ତଥା ପ୍ରତିଷ୍ଠାତା ) ଭାଷଣ ପ୍ରଦାନ କରିଥିଲେ ଏବଂ ବିପିପି ରାଜ୍ୟର ଅନ୍ୟ ବିଶିଷ୍ଟ ସଭାପତି ତଥା ସାଧାରଣ ସମ୍ପାଦକ ତଥା ଅତିଥିବୃନ୍ଦ ତଥା ଭାରତର ବିଭିନ୍ନ ରାଜ୍ୟ ପ୍ରତିନିଧୀ, ଭାରତର ବିଭିନ୍ନ ରାଜ୍ୟ ସଦସ୍ୟ ତଥା ପରିବାର ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ ତାଙ୍କ ଭାଷଣରେ ୭୭ ତମ ସ୍ୱାଧୀନତା ଦିବସ ପାଳନ ବିଷୟରେ ଓ ବିପିପି ଦ୍ୱାରା ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମର ବିବରଣୀ ଉପରେ ଆଲୋକପାତ କରିଥିଲେ।

“ଭାରତୀୟ ପ୍ରଭାସୀ ପରିଷଦସଙ୍ଘ ” (ବିପିପି), କୁଏତ ହେଉଛି ଏକ ସାମାଜିକ ସାଂସ୍କୃତିକ ସଂଗଠନ ଯାହାକି କୁଏତର ଭାରତୀୟ ଦୂତାବାସରେ ପଞ୍ଜିକୃତ ହୋଇଛି। ବିପିପି ଆସୋସିଏସନ୍ ୨୪ ଟି ରାଜ୍ୟ ର ପ୍ରତିନିଧୀଙ୍କୁ ନେଇ ଗଠିତ । ବିଗତ ୯ ବର୍ଷ ଧରି ଏହି ସଙ୍ଘ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି କୁଏତର ପ୍ରବାସୀ ଭାରତୀୟ ସମ୍ପ୍ରଦାୟ ଜାତି, ଧର୍ମ ନିର୍ବିଶେଷରେ ଏକତା ପୂର୍ଣ୍ଣ କାର୍ଯ୍ୟ କରି ଆସୁଛି । ୨୪ ଟି ରାଜ୍ୟ ନାଗରିକ ପ୍ରମୁଖ ଭୂମିକା ଅଂଶ ଗ୍ରହଣ କରିବା ଓ ଦେଶ ପ୍ରେମ ମନୋଭାବ ସହିତ ଏହି ସଂସ୍ଥାର ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ବହୁ ସଂଖ୍ୟାରେ ଅନୁଗାମୀ ଅଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!