ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଇଣ୍ଡୋ ଜର୍ମାନ ଶିଳ୍ପ ସଂଘ ସହଯୋଗରେ କାର୍ଯ୍ୟକ୍ରମ

1 min read
Spread the love

ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଇଣ୍ଡୋ-ଜର୍ମାନ୍‌ ଶିଳ୍ପ ସଂଘ ସହଯୋଗରେ ଏକ ଭାବ ଆଦାନପ୍ରଦାନ କାର୍ଯ୍ୟକ୍ରମ ରାଉରକେଲା ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ସୁନୀଲ କାୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଜର୍ମାନୀ ଓ ଅଷ୍ଟ୍ରିୟାରୁ ମୋଟ ୬ଜଣ ବିଶିଷ୍ଟ ସଦସ୍ୟ ଯୋଗଦେଇଥିଲେ।

ଏହି ସଦସ୍ୟମାନଙ୍କ ସହିତ ରାଉରକେଲା ଶିଳ୍ପ ଓ ବଣିକ ସଂଘର କର୍ମକର୍ତ୍ତା ଓ ବରିଷ୍ଠ ସଦସ୍ୟମାନେ ଶିଳ୍ପ, ବ୍ୟବସାୟ ସହିତ ଉଭୟେ ଦେଶର ସଂସ୍କୃତି ଓ ଶିକ୍ଷା ଆଦି ସମ୍ପର୍କରେ ଆଲୋଚନା କରିବା ସହ ଭାବ ଓ ମତ ବିନିମୟ କରିଥିଲେ। ୟୁରୋପ ମହାଦେଶର ଦୁଇଟି ବିକାଶଶୀଳ ଦେଶର ଶିଳ୍ପ ସଂଘର ସଦସ୍ୟମାନେ ଭାରତୀୟ ବିଶେଷ କରି ଓଡ଼ିଶା ଓ ଶିଳ୍ପ ନଗରୀ ସମ୍ପର୍କରେ ଜାଣି ବେଶ୍‌ ଆନନ୍ଦିତ ହୋଇଥିଲେ।

ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ପ୍ରଫେସର ଡ ଅଞ୍ଜନା ମୈତ୍ର ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଉରକେଲା ଶିଳ୍ପ ଓ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଭାତ ଟ୍ରିବ୍ରେୱାଲଙ୍କ ସମେତ ଦୁଇ ଉପସଭାପତି ଗୁରମିତ ସିଂହ ଓ ନରେଶ ଆର୍‌ୟାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୟୁରୋପ ମହାଦେଶ ସହିତ ରାଉରକେଲା ଶିଳ୍ପ ଓ ବଣିକ ସଂଘର  ଯୋଗାଯୋଗର ପଥ ସୁଗମ ହେବା ସହ ୟୁରୋପର ଶିଳ୍ପ ସଜତ ସହିତ ରାଉରକେଲାର ଶିଳ୍ପ ଉଦ୍ୟୋଗୀମାନେ ସହଯୋଗ ପାଇବେ ବୋଲି ଆଶା କରାଯାଉଛି।  

Leave a Reply

Your email address will not be published. Required fields are marked *

error: Content is protected !!