କପିଳାସ ପୀଠରେ ଯାତ୍ରୀଙ୍କ ସୁବିଧା ନିମନ୍ତେ ଗୁରୁତ୍ବାରୋପ: ଗାଡି ପାର୍କିଙ୍ଗ୍‌ ସ୍ଥାନରେ ଆର୍ଥିକ ଶୋଷଣ ରୋକିବାକୁ ପଦକ୍ଷେପ ଗ୍ରହଣ

1 min read
Spread the love

ସମ୍ପ୍ରତି ଢେଙ୍କାନାଳ ଜିଲ୍ଲାର ପ୍ରଶିଦ୍ଧ କପିଳାସ ପୀଠରେ ଶ୍ରାବଣ ମାସରେ ଜଳାଭିଷେକ ପାଇଁ ପୀଠରେ ଅଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହେଉଛି୤ ମୁଖ୍ୟତଃ ସେଠାରେ ଯାତ୍ରୀଙ୍କ ଠାରୁ ଗାଡି ପାର୍କିଙ୍ଗ ବା ଗାଡ଼ି ରଖିବା ନିମନ୍ତେ ଅଧିକ ଦେୟ ଆଦାୟ, ଗାଡ଼ି ଷ୍ଟାଣ୍ଡ ଜଗୁଆଳକ ଅମାର୍ଜିତ ବ୍ୟବହାର ଏବଂ ଅନ୍ୟାନ୍ୟ ଅସୁବିଧା ସମ୍ପର୍କରେ ପୂର୍ବତନ ବିଧାୟକ ନବୀନ ନନ୍ଦ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହାର ସମାଧାନ ନିମନ୍ତେ ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ଓସୱାନ ହଲଠାରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସମ୍ପୃକ୍ତ ଗାଡି ଷ୍ଟାଣ୍ଡ ନିଲାମ ଧାରୀଙ୍କୁ କୌଣସି ପରିସ୍ଥିତିରେ ଯାତ୍ରୀଙ୍କ ଠାରୁ ଅଧ‌ିକ ପାର୍କିଙ୍ଗ ଦେୟ ଆଦାୟ ନ କରିବାକୁ ଏବଂ ସମସ୍ତ ଯାତ୍ରୀଙ୍କୁ ମାର୍ଜିତ ବ୍ୟବହାର କରିବା ନିମନ୍ତେ କଡା ନିର୍ଦ୍ଦେଶ ଦେଇଛନ୍ତି । ଟୋଲ ଗେଟ ଏବଂ ପାକିଂକୁ ଅଧ‌ିକ ବ୍ୟବସ୍ଥିତ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏଥି ନିମନ୍ତେ ବଡ ଦାଣ୍ଡ ରାସ୍ତା ପାର୍ଶ୍ବ ଏବଂ ୧୧ ନମ୍ବର ବାଙ୍କ ସଂଲଗ୍ନ ସ୍ଥାନରେ ପାକଂ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି । ପୀଠର ସୁନାମରେ ଆଞ୍ଚ ନ ଆସିବା ପ୍ରତି ଧ୍ୟାନ ଦେବାକୁ ସେ ଷ୍ଟାଣ୍ଡ ନିଲାମଧାରୀଙ୍କୁ କହିଛନ୍ତି। ପୀଠରେ ବିଭିନ୍ନ ସମସ୍ୟାର ସମାଧାନ ନିମନ୍ତେ ଏକ କମିଟି ଗଠନ କରାଯାଇ ବିହିତ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି୤ ଆରକ୍ଷୀ ଅଧୀକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର ପୀଠରେ ବିଶେଷ ପର୍ବ ସମୟରେ ଏବଂ ବର୍ଷ ତମାମ ଟ୍ରାଫିକ ନିୟନ୍ତ୍ରଣ ଏବଂ ବ୍ୟବସ୍ଥିତ ଗାଡ଼ି ପାର୍କିଙ୍ଗ ‌ିପାଇଁ ବିହିତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ପ୍ରସ୍ତାବ ରଖିଥିଲେ। ପୀଠରେ ଗାଡି ପାର୍କିଙ୍ଗ୍‌, ଶ୍ରୀଜୀଉଙ୍କ ସ୍ଥାବର ଅସ୍ଥାବର ସମ୍ପତି ର ରକ୍ଷଣା ବେକ୍ଷଣ, ସେବାୟତଙ୍କ ସମସ୍ୟାର ସମାଧାନ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧ‌ିକ୍ଷକ ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ବୈଠକରେ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠି  (ସାଧାରଣ), ଦେବୋତ୍ତର ଅଧିକାରୀ ହରିହର ପଞ୍ଚୁଆତି, ଗଁଦିଆ ଥାନା ଅଧିକାରୀ, ଦେଓ ଗାଁ ସରପଞ୍ଚ ଏବଂ ଗାଡି ପାର୍କିଙ୍ଗ ନିଲାମଧାରୀ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!