Skip to content
ଢେଙ୍କାନାଳ ସହରର ଗଣେଶ ବଜାର ରଥଗଡାସ୍ଥିତ ବିଜୁ ପଟ୍ଟନାୟକ ମାର୍କେଟ୍ କଂପ୍ଲେସ୍ ଠାରେ ଅଟୋ ଇଣ୍ଡିଆ ନାମରେ ଟାଟା ଗ୍ରୀନ୍ ବ୍ୟାଟେରୀ ସର୍ଭିସ୍ ଏବଂ ସେଲର୍ ପଏଂଟ୍ ଉଦ୍ଘାଟନ ହୋଇଯାଇଅଛି । ଟାଟା ବ୍ୟାଟେରୀ ଆଞ୍ଚଳିକ ପରିଚାଳକ ସୁରେଶ ଚନ୍ଦ୍ର କର ଓ ଓଡିଶାର ସର୍ଭିସ୍ ମ୍ୟାନେଜର ବିଶ୍ବ ମୋହନ ବେହେରାଙ୍କ ଦ୍ବାରା ଏହାର ଉଦ୍ଘାଟନ ହୋଇଥିଲା । ଢେଙ୍କାନାଳ ଜିଲ୍ଲାରେ ଏହା ପ୍ରଥମ ଓ ପରେ ବିଭିନ୍ନ ଅଞ୍ଚଳରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି।
ଗ୍ରାହକମାନେ କିପରି ସୁବିଧାରେ ସର୍ଭିସ୍ ପାଇପାରିବେ ସେଥିପାଇଁ କମ୍ପାନୀ ପକ୍ଷରୁ ଜିଲ୍ଲାରେ ସୁବିଧା କରାଯାଇଥିବା ସୂଚନା ଦିଆଯାଇଛି। ମାରୁତି କାର୍, ହୋଣ୍ଡା, ୟାମାହା, ଟିଭିସ୍ ବାଇକ୍ ତଥା ଅନ୍ୟାନ ଟାଟା ବ୍ୟାଟେରୀ ଓ ଇନ୍ଭୋଟର ବ୍ୟାଟେରୀ ବ୍ୟବହାର କରୁଥିବା ଗ୍ରାହକମାନେ ଏହି ସୁବିଧା ପାଇପାରିବେ। କୋକାନର ପ୍ରୋପ୍ରାଇଟର୍ ସୁବାଷ ଚନ୍ଦ୍ର ହୋତା ଖୁସି ପ୍ରକଟ କରି ସମସ୍ତ ଗ୍ରାହକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସହଯୋଗ ପାଇଁ ନିବେଦନ କରିଛନ୍ତି। ଏହି ଉଦ୍ଘାଟନ ବେଳେ ସହରର ବହୁ ଗ୍ରାହକ ଉପସ୍ଥିତ ରହିବା ସହ ବ୍ୟାଟେରୀ କ୍ରୟ କରିଥିଲେ।
Post Views: 285
error: Content is protected !!