ଆଚାର୍ଯ୍ୟ ହରିହର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରକ୍ତ ବର୍ଗୀକରଣ ପରୀକ୍ଷା ଶିବିର

1 min read
Spread the love

ରାଉରକେଲା ସହରର ପ୍ଲାଣ୍ଟସାଇଟ ଅଞ୍ଚଳରେ ଥିବା ଆଚାର୍ଯ୍ୟ ହରିହର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ରକ୍ତ ବର୍ଗୀକରଣ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା। ଲାଏନ୍ସ କ୍ଲବ୍‌, ଛେଣ୍ଡ୍‌, ରାଉରକେଲା ଦ୍ୱାରା ଏହି ଶିବିର ଆୟୋଜିତ ହୋଇଥିଲା। ପୂର୍ବତନ କାଉନସିଲର ଆଫ୍ରୋଜ ଅହମ୍ମଦ ଏବଂ ଯୁବ ବିଜେଡି ନେତା ମହମ୍ମଦ ଖାଲିଦ ଅଜିଜ ଏହି ଅବସରରେ ଅତିଥିଭାବେ ଯୋଗଦେଇଥିଲେ। ଏଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୧୦ ଜଣ ପିଲାଙ୍କ ରକ୍ତ ବର୍ଗୀକରଣ ପରୀକ୍ଷା କରାଯାଇଥିଲା। ଖାଲିଦ ଅଜିଜଙ୍କ ଉଦ୍ୟମରେ ଏହି ଶିବିର ଆୟୋଜିତ ହୋଇଥିଲା। କ୍ଲବର ଉପାଧ୍ୟକ୍ଷ ଖାଲିଦ ଅଜିଜ କହିଛନ୍ତି ଯେ ବ୍ୟସ୍ତବହୁଳ ଜୀବନରେ ରହୁଥିବା ବ୍ୟକ୍ତି ଏବଂ ଶିଶୁର ରକ୍ତ ଗୋଷ୍ଠୀ ଜାଣିବାର ଅଧିକାର ରହିଛି। ପିଲାମାନେ ସେମାନଙ୍କର ରକ୍ତ ଗୋଷ୍ଠୀ ଜାଣିବା ପାଇଁ କ୍ଲବ ଦ୍ୱାରା  ଆସନ୍ତା ଦିନରେ ଏହି ଅଭିଯାନ ମଧ୍ୟ ଜାରି ରହିବ।

ଶିବିର ଆୟୋଜନ କରିବାରେ ଇମତିଆଜ ଆଜାଦ, ନିୟାଜୁଲ ହାସନ, ମୋହଦ ତାହିର।, ମୋହଦ୍ ଜବୀର, ଆଫ୍‌ତାବ୍‌ ଆଲାମ, ଇରଶାଦ, ତବରେଜ ଖାନ, ଇମ୍ରାମ ଖାନ୍, ପାଶପାଟ ସାହୁ, ମହମ୍ମଦ ଜିଲାନି, ରୁବିନା ଖାତୁନ୍, ସଂଗ୍ରାମ ମହାନ୍ତି, ରବି ଶଙ୍କର ଖାଡଙ୍ଗା ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବରିଷ୍ଠ ଶିକ୍ଷକ ସଞ୍ଜୁକ୍ତା ରାଉତ ଏହି ଶିବିର ଆୟୋଜନ ପାଇଁ କୃତଜ୍ଞତା ଜଣାଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!