Skip to content
ରାଉରକେଲା ସହରର ବିଶୃଆ ଛକ ହେଉଛି ଏକ ବ୍ୟସ୍ତବହୁଳ ଅଞ୍ଚଳ। ଏହି ଛକ ନିକଟରେ ରହିଛି ସହଯୋଗ ପେଟ୍ରୋଲ ପମ୍ପ ଏବଂ ଏସ୍ବିଆଇର ଗୁରୁତ୍ବପୂର୍ଣ୍ଣ ଶାଖା। ପେଟ୍ରୋଲ ପମ୍ପ୍ ସମ୍ମୁଖରେ ରହିଥିବା ସ୍ବିରେଜ ଲାଇନ ଗାତରୁ ଆବର୍ଜନା ପାଣି ବାହାରି ରାସ୍ତାଉପରେ ବହୁଛି। ଏହାଫଳରେ ପେଟ୍ରୋଲ ପମ୍ପ୍ ସମ୍ମୁଖ ରାସ୍ତାରେ ଯାତାୟତ କରିବାରେ ସମସ୍ୟା ଦେଖାଦେଇଛି। ଏହି ଆବର୍ଜନା ପାଣି ବାହାରିବାର ପ୍ରାୟ ୩ ସପ୍ତାହ ହୋଇଯାଇଥିଲେ ସୁଦ୍ଧା ଏ ସମସ୍ୟାର ସମାଧାନକୁ ନେଇ କୌଣସି ପଦକ୍ଷେପ ନିଆଯାଇ ନଥିବା ଜଣାପଡ଼ିଛି।
ଏହି ଆବର୍ଜନା ପାଣି ବାହାରିବା ସମ୍ପର୍କରେ ପେଟ୍ରୋଲ ପମ୍ପ୍ ପରିଚାଳନା କର୍ତ୍ତୃପକ୍ଷ ମହାନଗର ବିଗମ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରିଙ୍କୁ ଅବଗତ କରିଥିବା ସୂଚନା ଦେଇଛନ୍ତି। ଏସବୁ ସତ୍ତ୍ବେ ସୁଦ୍ଧା ସହରର ଏକ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳଭାବେ ପରିଚିତ ବିଶ୍ରା ଛକ ଅଞ୍ଚଳରେ ବାହାରୁଥିବା ଆବର୍ଜନା ପାଣି ବନ୍ଦ କରିବା ପାଇଁ କୌଣସି ପଦକ୍ଷେପ ନିଆ ନଯିଆ ଆଲୋଚନାର ବିଷୟ ହୋଇଛି।
Post Views: 176
error: Content is protected !!