ହମିରପୁର ଉନ୍ନୟନ ପରିଷଦର ୪ର୍ଥ ବାର୍ଷିକୋତ୍ସବ ପାଳନ

1 min read
Spread the love

ରାଉରକେଲା ସହରର ହମିରପୁରଠାରେ ହମିରପୁର ଉନ୍ନୟନ ପରିଷଦ ପକ୍ଷରୁ ପରିଷଦର ଚତୁର୍ଥ ବାର୍ଷିକୋତ୍ସବ ସ୍ଥାନୀୟ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡଃ ସୁମନ ଦତ୍ତଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସଂପାଦକ ନିରଞ୍ଜନ ଦାସଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିସିବି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ପ୍ରିୟବ୍ରତ ସାମଲ ଓ ହମିରପୁର ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ସୋନାଲି ମହାନ୍ତି ଅତିଥି ଭାବେ ଯୋଗ ଦେଇଥିଲେ ।  ଅତିଥି  ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ଡିସିବି ବ୍ୟାଙ୍କର ସୁଧହାର ଅନ୍ୟ ବ୍ୟାଙ୍କ ତୁଳନାରେ ଅଧିକ ଥିବାରୁ ଉପସ୍ଥିତ ଜନସାଧାରଣ ଏହାର ସୁଯୋଗ ନେବାପାଇଁ ଅନୁରୋଧ କରିଥିଲେ। ସେହିପରି ସୁରକ୍ଷା ଫିକ୍ସ ଡିପୋଜିଟ ଓ ଅନ୍ୟାନ୍ୟ ପ୍ରଡକ୍ଟ ଉପରେ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ଡାକ୍ତର ସୁଶ୍ରୀ ମହାନ୍ତି ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା, ଡେଙ୍ଗୁ, ଫାଇଲେରିଆ ରୁ ନିରାକରଣ ସଂପର୍କରେ ବକ୍ତବ୍ୟ ରଖିବା ସହ ହମିରପୁରରେ ଥିବା ସ୍ବାସ୍ଥ୍ୟ କେନ୍ଦ୍ରରୁ ଚିକିତ୍ସା ସୁବିଧା ପାଇ ପାରିବେ ବୋଲି କହିଥିଲେ ।

ଏହି ଅବସରରେ ବ୍ୟାଙ୍କ ତରଫରୁ ଏକ ସ୍ବାସ୍ଥ୍ୟ ସେବା ଶିବିର ଆୟୋଜନ କରାଯିବ ବୋଲି ଶ୍ରୀ ସାମଲ ଘୋଷଣା କରିଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ଓ ହମିରପୁର ବାସୀ ଚନ୍ଦ୍ରାୟନ-୩ ର ସଫଳ ଅବତରଣକୁ ଉପଭୋଗ କରିବା ସହ ଭାରତମାତାର ଜୟଗାନ କରିଥିଲେ । ସଭାପତି ଡଃ ଦତ୍ତ ସ୍ବାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ ସାଧାରଣ ସଂପାଦକ ଶ୍ରୀ ଦାସ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର କୁମାର ନାୟକ ନୂତନ ଭାବେ ଦାୟିତ୍ୱ ନେଇ ଥିବାରୁ ତଥା ସମସ୍ତ ଅତିଥିଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟାଙ୍କ ତରଫରୁ ସ୍ଥାନୀୟ ଶାଖା ମୁଖ୍ୟ ଅମରେନ୍ଦ୍ର ନାୟକ, ସହପରିଚାଳକ ସୁରଜ କୁମାର ନାୟକ, ରାମେଶ୍ବରୀ ଦାଶ, ଦିବ୍ୟକାନ୍ତ ରଥ, ଦିଲ୍ଲୀପ କୁମାର ପାଢୀ,ଜଗନ ସାହୁ ଓ ପରିଷଦ ତରଫରୁ ଡାକ୍ତର ଗୋପାଳଚନ୍ଦ୍ର ରାୟ, ନିରଞ୍ଜନ ନାୟକ, ଭୁବନେଶ୍ୱର ଆଚାର୍ଯ୍ୟ, ଏ. କେ. ବାଲଚନ୍ଦାନି, ଗଙ୍ଗାଧର ଦାଶ,ମହେଶ୍ୱର ସାହୁ, ବିଷ୍ଣୁ ଚରଣ ନାୟକ,ଆରତୀ କର,ଚଞ୍ଚଳା କୁମ୍ଭାର,ସୁକାନ୍ତି ତ୍ରିପାଠୀ, ସୁରଥ ବାଗ, ଏସ. କେ. ରାୟଗୁରୁ, ମହେନ୍ଦ୍ର ପଣ୍ଡିତ ପ୍ରମୁଖ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ହମିରପୁର ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ଥିଲେ। ପରିଷଦର ନୂତନ କାର୍ଯ୍ୟକାରୀ ସଭାପତି ଶ୍ରୀ ନାଏକ ସମସ୍ତଙ୍କ ସହଯୋଗ କାମନା କରିଥିଲେ l ଶେଷରେ ଡିସିବି ବ୍ୟାଙ୍କର ଶାଖା ପରିଚଳକ ଅମରେନ୍ଦ୍ର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!