ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ରଞ୍ଜନ ବିଶ୍ୱାଳଙ୍କ ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର, ପାନପୋଷ ଏବଂ ରାଉରକେଲା ସରକାରୀ ହସ୍ପିଟାଲ, ପରିଦର୍ଶନ
1 min read
ରାଜ୍ୟ ସରକାରଙ୍କ ନିରାମୟ ଉପଦେଷ୍ଟା ଶ୍ରୀଯୁକ୍ତ ରଞ୍ଜନ ବିଶ୍ୱାଳ ଆଜି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର, ପାନପୋଷ ଏବଂ ରାଉରକେଲା ସରକାରୀ ହସ୍ପିଟାଲ, ପରିଦର୍ଶନ କରି ରୋଗୀ ଓ ସମ୍ପର୍କୀୟ ଠାରୁ ନିରାମୟ କେନ୍ଦ୍ର ସୁବିଧା ଓ ଅସୁବିଧା ସଂକ୍ରାନ୍ତରେ ପଚାରି ବୁଝିଛନ୍ତି, ଏହା ପରେ ଉପସ୍ଥିତ ହସ୍ପିଟାଲ ଅଧକ୍ଷ ସହ ସାକ୍ଷାତ କରି ଆଲୋଚନା କରିଛନ୍ତି ଏବଂ ନିରାମୟ କେନ୍ଦ୍ରକୁ ପ୍ରତିଦିନ ଆସୁଥିବା ରୋଗୀଙ୍କୁ କିପରି ଅଧିକ ସହଜ ଏବଂ ସୁବିଧା ଯୋଗାଇ ଦିୟାଯିବ ଏହି ବିଷୟରେ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ନିରାମୟ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ବହୁ ଗୁରୁତ୍ୱପୂର୍ଣ୍ଣ ଔଷଧ ମିଳୁଥିବାରୁ ଉପସ୍ଥିତ ରୋଗୀଙ୍କ ସମ୍ପର୍କୀୟ ଓଡିଶା ସରକାର ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି. ଏହି ପରିଦର୍ଶନ ଅବସରରେ ସ୍ଥାନୀୟ ଜନପ୍ରତିନିଧି ଯୁବ ସମାଜସେବୀ ଶ୍ରୀଯୁକ୍ତ ପ୍ରକାଶ ପାଶୱାନ ପ୍ରମୁଖ ଉପସ୍ଥିତ ଥିଲେ|