ରଘୁନାଥପାଲ୍ଲୀ ବିଧାୟକଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ ଓ ଆଲୋଚନା

1 min read
Spread the love

ରଘୁନାଥପାଲ୍ଲୀ ବିଧାୟକ ତଥା ରାଜ୍ୟ ବିଧାନସଭାର ରାଜସ୍ବ, ଶକ୍ତି ଓ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଯୁକ୍ତ ସୁବ୍ରତ ତରାଇ ରାଉରକେଲାର ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସେକ୍ଟର-୨ ସ୍ଥିତ ସାହାନଇ ମଣ୍ଡପଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ସାମ୍ବାଦିକମାନଙ୍କ ସହିତ ଶ୍ରୀ ତରାଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଚଳିତ ବର୍ଷ ବିଭିନ୍ନ କାରଣରୁ ଏହା ହୋଇପାରି ନଥିଲା ତେଣୁ ବିଳମ୍ବ ନେଇ ସେ ଦୁଃଖ ପ୍ରକାଶ କରିଥିଲେ। ବିଶେଷ କରି ଆସନ୍ତା ଦୁର୍ଗାପୂଜା ପୂର୍ବରୁ ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ସମ୍ପର୍କରେ ସେ ସାମ୍ବାଦିକମାନଙ୍କ ସହିତ ଆଲୋଚନା କରିବା ସହ ପ୍ରସ୍ତାବିତ ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୁଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁଧିର ସୁନ୍ଦର ରାୟ, ନଗର ସଭାପତି ଆର୍ତ୍ତ ମହାରଣା, ମହିଳା ମୋର୍ଚ୍ଚା ସଭାନେତ୍ରୀ ଇନ୍ଦିରା ନାୟକ, ରାଜ୍ୟ ସମ୍ପାଦିକା ମିନତି ବିଶ୍ବାଳଙ୍କ ସମେତ ପ୍ରତିମା ରାଉତ, ଓ ସାମାଜିକ ଗଣମାଧ୍ୟମ ସଂଯୋଜକ ସଞ୍ଜୀବ କୁମାର ନାୟକ ଓ ବିଧାୟକଙ୍କ କାର୍ଯ୍ୟାଳୟ ସଂଯୋଜକ ରମାକାନ୍ତ ରଥଙ୍କ ସମେତ ବିକାଶ ଚୈଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!