Skip to content
ସୁନ୍ଦରଗଡ ସହରର ଟାଉନ ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେରେ ବୁଧବାର ଦିନ ସଡକ ଦୁର୍ଘଟଣାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଭୋଜପୁର ନିକଟରେ ଏହି ସଡ଼କ ଦୁର୍ଘଟଣା ହୋଇଥିଲା। ସାଇକେଲରେ ଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଏକ ବୋଲେରୋ ଧକ୍କା ଦେବା ଫଳରେ ବୃଦ୍ଧ ଜଣଙ୍କ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା। ମୃତକ ଜଣକ ହେଉଛନ୍ତି ଭୋଜପୁର ଗ୍ରାମର ଶିବ ପଟେଲ। ଏହି ଦୁର୍ଘଟଣାପରେ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ କରିଥିଲେ।
ଏହା ଯୋଗୁଁ ରାଜପଥର ଉଭୟ ପାର୍ଶ୍ଵରେ ଶହଶହ ଗାଡିମଟର ଅଟକି ରହିଥିଲା। ରାଉରକେଲା-ସୁନ୍ଦରଗଡ଼ ମଧ୍ୟରେ ଯାନ ବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା।
Post Views: 215
error: Content is protected !!