ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ମୁକ୍ତ ବିଦ୍ୟାଳୟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ-୨୦୨୩ ଆୟୋଜନ

1 min read
Spread the love

ଜାତୀୟ କ୍ରୀଡା ଦିବସ ଉପଲକ୍ଷେ ସେଲ,ରାଉରକେଲା ଇସ୍ପାତ କାରଖାନା, ବାଳକ ଓ ବାଳିକାମାନଙ୍କ ପାଇଁ ୨୯ ଅଗଷ୍ଟରୁ ୭ ସେପ୍ଟେମ୍ବର  ପର୍ଯ୍ୟନ୍ତ ରାଉରକେଲା ଇସ୍ପାତ କାରଖାନା ବୁକ୍ତ ବିଦ୍ୟାଳୟ ଫୁଟବଲ୍ ଟୁର୍ନାମେଣ୍ଟ-୨୦୨୩ ଆୟୋଜନ କରିବାକୁ ଯାଉଛି। ଏଥିରେ ବିଜେତା ଏବଂ ଉପବିଜେତା ଦଳକୁ ଟ୍ରଫି ପ୍ରଦାନ କରାଯିବ। ରାଉରକେଲା ଏବଂ ଏହାର ଆଖପାଖର ଆଗ୍ରହୀ ବିଦ୍ୟାଳୟ ଏବଂ ଯୁକ୍ତ ୨ କଲେଜଗୁଡିକ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଆମନ୍ତ୍ରିତ କରାଯାଇଛି। ଏଥିରେ ଅଂଶଗ୍ରହଣ ତିନିଟି ବିଭାଗରେ ହେବ। ସେଗୁଡ଼ିକ ହେଉଛି ଦଶମ ଶ୍ରେଣୀ(ବାଳକ) ପର୍ଯ୍ୟନ୍ତ ଗ୍ରୁପ-୧, ଦ୍ଵାଦଶ ଶ୍ରେଣୀ(ବାଳକ) ପର୍ଯ୍ୟନ୍ତ ଗ୍ରୁପ-୨ ଏବଂ ଦ୍ଵାଦଶ ଶ୍ରେଣୀ(ବାଳିକା) ପର୍ଯ୍ୟନ୍ତ ଗ୍ରୁପ-୩। ପନ୍ଦର ଜଣିଆ ଖେଳାଳିଙ୍କ ସମେତ ଜଣେ କୋଚ୍-କମ ମ୍ୟାନେଜରଙ୍କ ତାଲିକା, ବିଦ୍ୟାଳୟର ପ୍ରିନ୍ସିପାଲ / ପ୍ରଧାନଶିକ୍ଷକଙ୍କ ଦ୍ଵାରା ଅନୁମୋଦିତ ହୋଇଥିବା ଆବଶ୍ୟକ ଏବଂ ଏହା ଆଧାର କାର୍ଡ ର କପି ସହିତ ଆବଦ୍ଧ ଫର୍ମାଟରେ ଦାଖଲ କରାଯିବ। ଏଣ୍ଟ୍ରି ଦାଖଲ କରିବାର ଶେଷ ତାରିଖ ହେଉଛି ୨୬ ଅଗଷ୍ଟ ଅପରାହ୍ନ ୩.୩୦ ପର୍ଯ୍ୟନ୍ତ। କାର୍ଯ୍ୟ ସମୟ ମଧ୍ୟରେ ଟୁର୍ନାମେଣ୍ଟ ସହ-ସଂଯୋଜକ, କ୍ରୀଡ଼ା ବିଭାଗ, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ, ସେକ୍ଟର -୫, ରାଉରକେଲା – ୭୬୯୦୦୨ (ମୋବାଇଲ୍ ନଂ ୮୮୯୫୫୦୪୭୫୧) କୁ ଏଣ୍ଟ୍ରି ପଠାଯାଇପାରିବ। ଏହି ଟୁର୍ନାମେଣ୍ଟ ଇସ୍କାତ ଷ୍ଟାଡିୟମ, ସେକ୍ଟର-୬, ରାଉରକେଲା ଠାରେ ଏକ ନକ୍ ଆଉଟ୍ ଆଧାରରେ ଖେଳାଯିବ। ପରବର୍ତ୍ତୀ ଅନୁସନ୍ଧାନ ଏବଂ ଯୋଗାଯୋଗ, ଫୁଟବଲ୍ ଟୁର୍ନାମେଣ୍ଟ – ୨୦୨୩ର ଆବାହକ, କ୍ରୀଡା ବିଭାଗ, ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ୍, ସେକ୍ଟର -୫, ରାଉରକେଲା – ୭୬୯୦୦୨ (ମୋବାଇଲ୍ ନଂ ୮୮୯୫୫୦୪୭୫୧) କୁ କାର୍ଯ୍ୟାଳୟ ସମୟ ମଧ୍ୟରେ କରିବା ପାଇଁ ସୂଚନା ଦିଆଯାଇଛି୤

Leave a Reply

Your email address will not be published. Required fields are marked *

error: Content is protected !!