ନେସନ ଫାଷ୍ଟ ଟିଭି ଖବରର ପ୍ରଭାବ: ବିଶ୍ରାମୁଣ୍ଡା ଆଥଲେଟିକ ଷ୍ଟାଡିୟମ୍ ପାଖରୁ ହଟିଲା ଫଳ ଠେଲା
1 min read
ଗତ କିଛିମାସ ଧରି ସହରର ବ୍ୟସ୍ତବହୁଳ ବିଶ୍ରାଛକ ଓ ଆହପାଖ ଅଞ୍ଚଳରେ ଫଳ ଠେଲାମାନଙ୍କର ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଥିଲା। ଏହାକୁ ନେଇ ନେସନ ଫଷ୍ଟ ଟିଭି ପକ୍ଷରୁ ନିୟମିତ ବ୍ୟବଧାନରେ ଖବର ପ୍ରସାରଣ କରାଯାଉଥିଲା।

ଏ ନେଇ ମହାନଗର ନିଗମର ବିଭାଗୀୟ ଅଧିକାରୀଙ୍କ ସମେତ ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ଏହା ସତ୍ତ୍ବେ ସୁଦ୍ଧା ଅନେକ ଦିନ ଧରି ଏହି ଫଳ ଠେଲାଗୁଡ଼ିକ ଉପରେ କୌଣସି ପଦକ୍ଷେପ ନିଆଯାଉ ନଥିଲା।

ଏହି କ୍ରମରେ ମହାନଗର ନିଗମର ଏକ ସ୍ବତନ୍ତ୍ର ଦଳ ପୋଲିସ କର୍ମୀଙ୍କ ସହାୟତାରେ ବିଶ୍ରାଛକ ଓ ଆଖପାଖରେ ଥିବା ଫଳଠେଳାଗୁଡ଼ିକୁ ଅନ୍ୟତ୍ର ହଟାଇ ଦିଆଯାଇଛି।