ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ଢେଙ୍କାନାଳରେ ଗଣାଧାରଣା

1 min read
Spread the love

ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଆଠଟି ବ୍ଲକ୍‌ର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗତ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣ ଧାରଣାରେ ବସିଥିଲେ। ଗ୍ରାମ ପଞ୍ଚାୟତ ସ୍ତରରେ ଓଡିଶା ସରକାରଙ୍କ ୧୪ ଗୋଟି ବିଭାଗର ୨୯ ଗୋଟି ଯୋଜନାକୁ ଯଥା: ମନରେଗା, ଗ୍ରାମାଂଚଳ ଗୃହ ନିର୍ମାଣ ଯୋଜନା, ମୋ ଘର ଯୋଜନା, ସାଧାରଣ ବଂଟନ ବ୍ୟବସ୍ଥା, ସାମାଜିକ ସୁରକ୍ଷା ଯୋଜନା, ଗ୍ରାମ ପଂଚାୟତ ଉନ୍ନୟନ ଯୋଜନା, ପାନୀୟ ଜଳ ଯୋଜନା, ରାସ୍ତା ଆଲୋକି କରଣ, ହରିଶ୍ଚନ୍ଦ୍ର ଯୋଜନା, ଗ୍ରାମ ପଂଚାୟତ ଭିତିଭୂମି ପ୍ରତିଷ୍ଠା ଇତ୍ୟାଦି ଯୋଜନାର ସଫଳ ରୂପାୟନ କରି ଚାଲୁଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ପଂଚାୟତ ନିର୍ବାହୀ ଅଧିକାରୀ ସଂଘ ନିଜର ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ଦାବି ପୂରଣ ପାଇଁ ଅନୁରୋଧ କରିଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ। ସେଥପାଇଁ ୨୩ ତାରିଖରେ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ତରଫରୁ ଭୁବନେଶ୍ୱର ମାଷ୍ଟର କ୍ୟାଟିନ୍ ଠାରୁ ଲୋୟର ପିଏମ୍‌ଜି ଯାଏଁ ଏକ ବିରାଟ ରାଲିରେ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ପଂଚାୟତ ରାଜ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବୀପତ୍ର ପ୍ରଦାନ କରିବେ ବୋଲି ସୂଚନା ଦିଆଯାଇଛି୤ ଏହି ଅବସରରେ ଏକ ଗଣ ଧାରଣାରେ ସଂଘର ଜିଲ୍ଲା ସଭାପତି ସୁବ୍ରତ କୁମାର ମଲ୍ଲିକ, ଉପସଭାପତି ବିଜୟ କୁମାର ମିଶ୍ର, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଓଡାପଡା ବ୍ଲକ୍ ସଭାପତି ବିଶ୍ବନାଥ ପାଣି, ଗଁଦିଆ ବ୍ଲକ୍ ସଭାପତି ଅନ୍ତର୍ଯ୍ୟାମୀ ବାରିକ, ହିନ୍ଦୋଳ ବ୍ଲକ୍ ସଭାପତି ଦିନେଶ ଚନ୍ଦ୍ର ସାମଲ, କଙ୍କଡାହାଡ ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଦାସ, କାମାକ୍ଷା ନଗର ବ୍ଲକ୍ ସଭାପତି ସୁଶାନ୍ତ ସ୍ୱାଇଁ, ଭୁବନ ବ୍ଲକ୍ ସଭାପତି ବିନୋଦ କୁମାର ସାହୁ, ସଦର ବ୍ଲକ୍ ସଭାପତି ସୁନିଲ୍ କୁମାର ପରିଡା, ପରଜଙ୍ଗ ବ୍ଲକ୍ ସଭାପତି ମୁନା ସୋରେନ୍, ରାଜ୍ୟ ପରିଷଦ ସଦସ୍ୟ ରତ୍ନାକର ଲେଙ୍କା, କୃଷ୍ଣଚନ୍ଦ୍ର ସାହୁ ଓ ସମସ୍ତ ବ୍ଲକ୍‌ର ନିବାହୀ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି କହିଛନ୍ତି । ଯେ ପର୍ଯ୍ୟନ୍ତ ଦାବୀ ପୂରଣ ନହୋଇଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି ।  

Leave a Reply

Your email address will not be published. Required fields are marked *

error: Content is protected !!