ମିରର ସୋସିଆଲ ଫାଉଣ୍ଡେସନ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଲା ବରିଷ୍ଠ ନାଗରିକ ଦିବସ
1 min read
ସାରା ବିଶ୍ୱରେ ଅଗଷ୍ଟ ୨୧ ତାରିଖ ଦିନ ପାଳିତ ହୋଇଛି ବିଶ୍ୱ ବରିଷ୍ଠ ନାଗରିକ ଦିବସ। ଏହି ଅବସରରେ ରାଉରକେଲାର ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ମିରର ସୋସିଆଲ ଫାଉଣ୍ଡେସନ ପକ୍ଷରୁ ଆଜି ଆମ ମିରର୍ ସୋସିଆଲ ଫାଉଣ୍ଡେସନ ତରଫ ରୁ ରାଉରକେଲାର ବାସନ୍ତି କଲୋନୀର କୁଷ୍ଠ ବସ୍ତି ଠାରେ ନିଆରା ଢଙ୍ଗରେ ଫଆଳିତ ହୋଇଛି ବିଶ୍ୱ ବରିଷ୍ଠ ନାଗରିକ ଦିବସ। ସାଧାରଣତଃ କୁଷ୍ଠ ରୋଗୀ ଓ ସେମାନେ ରହୁଥିବା ସ୍ଥାନକୁ କେହି ଯିବାଆସିବା କରି ନଥାନ୍ତି।

କିନ୍ତୁ ଫାଉଣ୍ଡେସନର ଅଧ୍ୟକ୍ଷ ବିଶ୍ୱଜିତ ରାଉତଙ୍କ ନେତୃତ୍ୱରେ ସଙ୍ଗଠନର ସଦସ୍ୟମାନେ ବସ୍ତିକୁ ଯାଇ ସେଠାରେ ରହୁଥିବା ବିଭିନ୍ନ ବର୍ଗର ବାସିନ୍ଦାମାନଙ୍କୁ କପଡ଼ା, ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହା ସହିତ ଏକ ସୁସ୍ଥ ଓ ସୁନ୍ଦର ତଥା ସବୁଜିମା ଭରା ପରିବେଶ ପାଇଁ ବୃକ୍ଷଚାରା ମଧ୍ୟ ବଣ୍ଟନ କରାଯଇଥିଲା।

ଏଥିରେ ମିରର୍ ସୋସିଆଲ ଫାଉଣ୍ଡେସନ ର ସଦସ୍ୟ କବିତା ଦଳାଇ , ଜୟକୃଷ୍ଣ ଓ କାର୍ତ୍ତିକ ରାଉତଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ। ଏହିଭଳି କାର୍ଯ୍ୟକ୍ରମ ଆୟୋଜନପାଇଁ ବାସ୍ତି ବାସିନ୍ଦାମାନେ ସଙ୍ଗଠନର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଥିଲେ।