ଉଇ ଫର୍ ୟୁଥ କ୍ଲବ୍ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ
1 min read
ରାଉରକେଲା ସାମାଜିକ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଇ ଫର୍ ୟୁଥ କ୍ଲବ୍ ପକ୍ଷରୁ ଗୋପବନ୍ଧୁ ପାଠାଗାର ସହଯୋଗରେ ପାଠାଗାର ପରିସରରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ହୋଇଯାଇଛି। ଜଣାଶୁଣା ଯୁବ ସଙ୍ଗଠକ ପ୍ରବୀର ଜେନାଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ହାଇଟେକ୍ ମେଡିକାଲ୍ କଲେଜର ଉପ ଅଧୀଷକ ଡା ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ବିଭିନ୍ନ ସମସ୍ୟା ଓ ଏ ନେଇ ସାମ୍ଭାବ୍ୟ ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ। ବିଶେଷ କରି ବୟଷର ସାୟାହ୍ନରେ ବରିଷ୍ଠ ନାଗରିକମାନେ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ସେ ଆଲୋଚନା କରିଥିଲେ। ଏଥିରେ ବରିଷ୍ଠ ଶିକ୍ଷାବୀତ୍ ତଥା ଅବସରପ୍ରାପ୍ତ କର୍ମଚାରୀ ସଂଘ, କଳିଙ୍ଗ ବିହାରର ସାଧାରଣ ସମ୍ପାଦକ ଗିରିଜା ସହଙ୍କର ଗୋସ୍ୱାମୀ ସମ୍ମାନୀତ ଅତିଥିଭାବେ ଯୋଗଦେଇ ବରିଷ୍ଠ ନାଗରିକମାନଙ୍କର ସାମାଜିକ ସମସ୍ୟା ଓ ନିରାପତ୍ତା ସମ୍ପର୍କରେ ଆଲୋଚନା କରିଥିଲେ।

ମୁଖ୍ୟବକ୍ତାଭାବେ ବରିଷ୍ଠ ଶିକ୍ଷାବୀତ୍ ତଥା ସଙ୍ଗଠିକା ଡ କିଶୋରୀ ଦାସ ଯୋଗଦେଇ ସମାଜରେ ବରିଷ୍ଠ ନାଗରିକମାନଙ୍କ ପ୍ରତି ହେଉଥିବା ବାଛବିଚାରକୁ ଦୂର କରାଯାଇ ସେମାନଙ୍କୁ ସମ୍ମାନ ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉଇ ଫର୍ ୟୁଥ କ୍ଲବ୍ର ସଭାପତି କୈଳାଶ ବେହେରା ଓ ରଶ୍ମିରଞ୍ଜନ ବାରିକ ସଞ୍ଚାଳନ ଓ ପରିଚାଳନା କରିଥିଲେ। ଏଥିରେ ସହରର ବିଭିନ୍ନ ସ୍ଥାନରୁ ବରିଷ୍ଠ ନାଗରିକମାନଙ୍କ ସମେତ ଅନ୍ୟମାନେ ଯୋଗଦେଇଥିଲେ।