ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍ ପକ୍ଷରୁ ମହିଳା ସୁରକ୍ଷା ସଚେତନତା ଶିବିର ଆୟୋଜିତ
1 min read
ସାମାଜିକ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍ ପକ୍ଷରୁ ଝିରପାଣି ସ୍ଥିତ ସାଇନିଙ୍ଗ କ୍ଲବ୍ରେ ମହିଳା ସୁରକ୍ଷା ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ସ୍ୱତନ୍ତ୍ର ଅତିଥିଭାବେ ସିଆଇଏସ୍ଏଫ୍ ଡିଆଇଜି ଅଶୋକ ଜ୍ଅୱାନିଆ ଯୋଗଦେଇ ମହିଳାମାନଙ୍କୁ ଆତ୍ମରକ୍ଷା ସହିତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ଅଧିବେଶନ ଶେଷରେ ସାନିଟାରୀ ପ୍ୟାଡ୍ ଏବଂ ଟିଫିନ୍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ବିଭିନ୍ନ ବର୍ଗର ମହିଳାମାନେ କାର୍ଯ୍ୟକ୍ରମ ମାଧ୍ୟମରେ ଉପକୃତ ହୋଇଥିବା ନେଇ ଆଶାବ୍ୟକ୍ତ କରିଛନ୍ତି ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ୍ର ସଭାପତି ବନ୍ଦିତା ମାହାତୋ। କାର୍ଯ୍ୟକ୍ରମ ପରିଚାଳନା କରିବାରେ ସଙ୍ଗଠନର ସମ୍ପାଦକ ସ୍ନେହଲତା ଗନ୍ତାଗରିଆଙ୍କ ସମେତ ଉପଦେଷ୍ଟା ଆଇନଜୀବୀ ରେଖା ଗୁପ୍ତା ଏବଂ ଉପସଭାପତି ଶନମୟ ବିଷ୍ଟ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ। ଏଥିରେ ମୋଟ ୬୦ଜଣ ବିଭିନ୍ନ ବର୍ଗର ମହିଳାଙ୍କ ସମେତ ବାଳିକାମାନେ ଅଂଶଗ୍ରହଣ କରିଥିଲେ।