ରାଉରକେଲା ଅବକାରୀ ବିଭାଗ ଦ୍ବାରା ୨୩ କିଲୋରୁ ଅଧିକ ଗଞ୍ଜେଇ ଜବତ

1 min read
Spread the love

ରାଉରକେଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ଆନ୍ତରାଜ୍ୟ ଚୋରା ଚାଲାଣ କରୁଥିବା ଜଣେ ବ୍ୟକ୍ତିଠାରୁ ୨୩କିଲୋ ୭୦୦ଗ୍ରାମ୍‌ର ଗଞ୍ଜେଇ ଜବତ କରାଯାଇଛି। ସୂଚନା ମୁତାବକ ଏହି ଚାଲାଣ ସମ୍ପର୍କରେ ବିଭାଗକୁ ଏକ ଗୁପ୍ତ ସୂଚନା ମିଳିଥିଲା। କନ୍ଧମାଳରୁ ଗଞ୍ଜେଇ ଧରି ଦେବରାଜ କୁଅଁର ନାମକ ଜଣେ ବ୍ୟକ୍ତି ରାଉରକେଲା ଆସୁଥିବା ସୂଚନା ଆଧାରରେ ରାଉରକେଲା ଅବକାରୀ ବିଭାଗ ଦେବରାଜକୁ ପାନପୋଷ ବସ୍ ଷ୍ଟାଣ୍ଡରେ ଓହ୍ଲାଇବା ପରେ  ଧରିଥିଲେ। ସେ ଏକ ଅଟୋରେ ଗଞ୍ଜେଇ ଲଦି ରାଉରକେଲା ପ୍ଲାଣ୍ଟ ସାଇଟ୍ ରୋଡ଼ ଆଡକୁ ଯିବା ସମୟରେ ବେଳେ ଅବକାରୀ ବିଭାଗର ମୋବାଇଲ ୟୁନିଟ ଓ ବିଭାଗୀୟ ଥାନା କର୍ମଚାରୀମାନେ ଦେବରାଜକୁ ଧରି ତା ନିକଟରୁ ୨୩ କିଲୋ ୭୦୦ଗ୍ରାମ୍ ଗଞ୍ଜେଇ ଜବତ କରିଥିଲେ।

ଏହି ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରୁ ଅଟୋ ଚାଳକ ଫେରାର ହୋଇଯାଛି। ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ କିଛି ଦିନ ହେବ ଓଡିଶାର ବିଭିନ୍ନ ଅଞ୍ଚଳରୁ ଅବୈଧ ଭାବରେ ଗଞ୍ଜେଇ ଚାଲାଣ କରାଯାଉଛି। ସୋମବାର ହୋଇଥିବା ଚଢ଼ାଉରେ ଅବକାରୀ ବିଭାଗ ଥାନା ଅଧିକାରୀ ସ୍ନେହ ଲତା ନାୟକ, ଏସ୍ଆଇ ଶ୍ରୀଧର ମହାନ୍ତିଙ୍କ ସମେତ ଅନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ଗତ କିଛିମାସ ଧରି ଅବକାରୀ ବିଭାଗ ପକ୍ଷରୁ ରେଳ ସୁରକ୍ଷା ବଳ ଓ ଅନ୍ୟ ବିଭାଗ ସହଯୋଗରେ ନିୟମିତ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ଗଞ୍ଜେଇ ଚୋରାଚାଲାଣ ଧରାପଡ଼ିସାରିଛି। ଏହା ସତ୍ତ୍ୱେ ସୁଦ୍ଧା ଏହି ଚାଲାଣ ବନ୍ଦ ହେଉନାହିଁ।

Leave a Reply

Your email address will not be published. Required fields are marked *

error: Content is protected !!