ନାଗରିକ ସୁରକ୍ଷା କମିଟି ପକ୍ଷରୁ ଗଣ ବୈଠକ ଆୟୋଜିତ

1 min read
Spread the love

ରାଉରକେଲା ନାଗରିକ ସୁରକ୍ଷା କମିଟି ଆହ୍ୱାନରେ ଭଞ୍ଜ ଭବନ ପରିସରରେ ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ନେତୃବୃନ୍ଦଙ୍କୁ ନେଇ ଏକ ଗଣ ବୈଠକ ଆୟୋଜିତ ହୋଇଯାଇଛି । ଏଥିରେ ନାଗରିକ ସୁରକ୍ଷା କମିଟିର ପ୍ରମୁଖ ସଦସ୍ୟ ବିଷ୍ଣୁ ମହାନ୍ତି ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ର ସର୍ବାଙ୍ଗୀନ ଉନ୍ନତି ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତ ଶ୍ରମିକ, କର୍ମଚାରୀ ସଂଗଠନ, ଟ୍ରେଡ୍ ୟୁନିୟନ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏକ ହେବାକୁ ଆହ୍ୱାନ ଦେଇଥିଲେ । ରାଉରକେଲା କୁ ରେଳ ଡିଭିଜନ ଘୋଷଣା, ସାଧାରଣ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା, ରାଉରକେଲା ବିମାନ ବନ୍ଦର କୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ସଫ୍ଟୱେର ପାର୍କ ପ୍ରତିଷ୍ଠା,ବାସଚ୍ୟୁତ ଙ୍କ ପୁନଃ ଥଇଥାନ ଓ କ୍ଷତିପୂରଣ ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲା ରେ ଏମ୍ ଏସ ଏମ ଇ ର ବିକାଶ, ରାଉରକେଲା ଇସ୍ପାତ କାରଖାନା ର ଆଧୁନିକ କରଣ ଓ ସଂପ୍ରସାରଣ, ଏଠାରେ ଇ ଏସ ଆଇ ସି ର ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା, ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ରେଳ ଷ୍ଟେସନ ଗୁଡ଼ିକର ଉନ୍ନତିକରଣ ଓ ରକ୍ଷଣାବେକ୍ଷଣ ପ୍ରଭୃତି ଦାବିରେ ସୁନ୍ଦରଗଡ ଜିଲ୍ଲାର ସମସ୍ତ ରାଜନୈତିକ ଦଳ, ଶ୍ରମିକ,ଯୁବ ଛାତ୍ର, ମହିଳା, ସାମାଜିକ ଓ ସାଂସ୍କୃତିକ ସଂଗଠନ,ସମସ୍ତ ଜନ ପ୍ରତିନିଧି ମାନଙ୍କୁ ଏକତ୍ରିତ ହୋଇ ଜିଲ୍ଲାର ବିକାଶ ପାଇଁ ଏକ ହୋଇ ଲଢ଼ିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା ।

ଏହି ଅବସରରେ କୋଇଡ଼ା ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇଙ୍କ ସମେତ ବିଭିନ୍ନ ରାଜନୈତିକ ଦଳତ ନେତୃବୃନ୍ଦ, ବିଭିନ୍ନ ଶ୍ରମିକ ସଙ୍ଗଠନ, ସାମାଜିକ ଓ ସ୍ବେଚ୍ଛାସେବୀ ସଙ୍ଗଠନର ପ୍ରତିନିଧି ଓ ସଦସ୍ୟ ଆଦି ଯୋଗଦେଇ ରାଉରକେଲା ଓ ଆଖପାଖ ଅଞ୍ଚଳର ଉନ୍ନୟନ ସମ୍ପର୍କରେ ଏକତ୍ରିତ ହୋଇ ସ୍ବର ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!