ରାଉରକେଲା ଫୋଟୋଗ୍ରାଫର ଓ ଭିଡିଓଗ୍ରାଫର ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ

1 min read
Spread the love

ରାଉରକେଲା ସହରର ସେକ୍ଟର-୪ ଚିପ୍‌ଟାଇପ ମାର୍କେଟ ନିକଟରେ ଥିବା ହନୁମାନ ମନ୍ଦିର ନିକଟରେ ପୂଜାର୍ଚ୍ଚନା ସହିତ କେକ୍‌ କଟାଯାଇ ରାଉରକେଲା ଫୋଟୋଗ୍ରାଫର ଓ ଭିଡିଓଗ୍ରାଫର ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳନ କରାଯାଇଛି। ସଂଘର ସଭାପତି ମକ୍‌ସୁଦ ଆଲାମ(ମକାଇ)ଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ସିଆର୍‌ପିଏଫ୍‌ ଡିଆଇଜି ଦୟାନିଧି ତନ୍ତି ଏବଂ ଶ୍ରୀମତି ଉଷା ତନ୍ତୀ ଯୋଗଦେଇଥିଲେ।

ସମ୍ମାନୀତ ଅତିଥିଭାବେ ସମିମ ଅହମଦ ଓ ବିନୋଦ କୁମାର ଯୋଗଦେଇ ଫୋଟୋଗ୍ରାଫି ଦିବସର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ଫୋଟୋଗ୍ରାଫରସ ଏବଂ ଭିଡିଓଗ୍ରାଫର୍ସମାନଙ୍କ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା କେକ୍‌କଟାଯାଇଥିଲା। ଏହା ସହିତ ଏହି ଅବସରରେ ବୃକ୍ଷରୋପଣ କରାଯାଇଥିଲା। ଏହାସହିତ ସଂଘର ସଦସ୍ୟମାନଙ୍କୁ ଗୋଟିଏ ଗୋଟିଏ ବୃଷଚାରା ବଣ୍ଟନ କରାଯାଇ ଚାରାଲି ନିଜ ନିଜ ଘରେ ଲଗାଇବା ପାଇଁ ପରାମର୍ଶ ଦିଆଯାଇଥିଲା। ଏହି ଅବସରରେ ସବୁଜ ସୁନ୍ଦର ପରିବେଶ ପାଇଁ ବାର୍ତ୍ତା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ପ୍ରଧାନଙ୍କ ସମେତ ସଂଘର ସଦସ୍ୟ ବିନୋଦ ରାୟ, ରମାକାନ୍ତ ସ୍ୱାଇଁ, ପ୍ରିୟବ୍ରତ ମହାରଣା, ଶିଶିର ମହାନ୍ତି, ଶ୍ରୀକାନ୍ତ, ପିଣ୍ଡ୍ତୁ, ସୌମ୍ୟ, ମଣ୍ଟୁ, ଦୀପକ, ବୁଲୁ, ବିଜୟ, ରାହୁଲ, ବାଦଲ, ଭୀମ, ସୁଧାଂଶୁ, ସହୀଦ, ଭାରତ ଭୁଷଣ, ପାଇଲଟ, ବିଶାଲ, କାଲିଆ, ଜ୍ୟୋତି, ରାଜଦୀପ, ସତ୍ୟଜିତ, ଶଙ୍କର, ଶ୍ରୀକାନ୍ତ, ରାଜା, ରଜନୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!