ବିଶ୍ୱ ଫୋଟୋଗ୍ରାଫି ଦିବସ ଉପଲକ୍ଷେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ

1 min read
Spread the love

ଅଗଷ୍ଟ ୧୯ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୋଇଛି ବିଶ୍ୱ ଫୋଟୋଗ୍ରାଫର ଦିବସ। ଏହି ଅବସରରେ ରାଉରକେଲା ଫୋଟୋଗ୍ରାଫର ଆସୋସିଏସନ୍‌-ଆର୍‌ପିଏ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ପ୍ରଥମେ ଛେଣ୍ଡ୍‌ ପେଟ୍ରୋଲ ପମ୍ପ୍‌ରେ ଏକ ମଧୁମେହ ଯାଞ୍ଚ ଶିବିର ଆୟୋଜିତ ହୋଇଥିଲା। ଏହି ଶିବିର ମାଧ୍ୟମରେ ଶତାଧିକ ବ୍ୟକ୍ତିଙ୍କ ମଧୁମେହ ଯାଞ୍ଚ କରାଯାଇ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ପରେ ପରେ ବାସନ୍ତୀ କଲୋନୀ ଦୁର୍ଗାପୁର ପାହାଡ଼ ପାଦରେ ଥିବା କଳ୍ପତରୁ ଆଶ୍ରମରେ ଆଶ୍ରମର ଅନ୍ତେବାସୀମାନଙ୍କ ସହିତ ଦିବସ ପାଳନକୁ ସ୍ମରଣିୟ କରିବା ପାଇଁ କେକ୍‌ କଟାଯାଇଥିଲା। ଏହା ସହିତ ଅନ୍ତେବାସୀମାନଙ୍କ ସହିତ ଆର୍‌ପିଏର ସଦସ୍ୟମାନେ ସାମୁହିକ ଭୋଜନରେ ଯୋଗଦେଇଥିଲେ।

ଆର୍‌ପିଏର ସଭାପତି ଅତୁଲ ସାଙ୍ଘଭିଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦିଲ୍ଲୀପ ମହାନ୍ତି, ଉପସଭାପତି ସନ୍ତୋଷ ସାହୁ ଓ ସୁଦର୍ଶନ ଜେନା ଏବଂ କୋଷାଧ୍ୟକ୍ଷ କେ ଉମାଶଙ୍କର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆର୍‌ପିଏର ଉପସଭାପତି ପ୍ରକାଶ ମହାକୁଲ ଓ ସନ୍ତୋଷ ସଂଯୋଜନା ଓ ସଞ୍ଚାଳନ କରିଥିଲେ ।

ଏଥିରେ ଆର୍‌ପିଏ ର ଶତାଧିକ ସଦସ୍ୟ ଯୋଗଦେଇଥିଲେ। ସେହିଭଳି ସଂଘର ରାଜଗାଙ୍ଗପୁର ଶାଖା ପକ୍ଷରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀମାନଙ୍କୁ ବିସ୍କୁଟ ଓ ଫଳ ବଣ୍ଟନ କରାଯାଇଥିଲା। ଏଥିରେ ସ୍ଥାନୀୟ ଶାଖାର କର୍ମକର୍ତ୍ତା ଓ ସଦସ୍ୟମାନେ ସାମିଲ ହେବା ସହ ଆର୍‌ପିଏର ରାଉରକେଲା ଶାଖାର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!