ସୁନ୍ଦରଗଡ଼ ବିଜେଡି ପକ୍ଷରୁ ଗରିବ ନାବାଳକର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କୁ ଭେଟି ଅନୁରୋଧ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ, ଉଜ୍ଜଳପୁର ପଞ୍ଚାୟତ ଅନ୍ତର୍ଗତ ବୁଡ଼ାବହାଲ ଗ୍ରାମରେ ରହୁଥିବା ଅତି ଗରିବ ପରିବାର ର ୧୩ ବର୍ଷିଆ ନାବାଳକ ତିଳକ ଚନ୍ଦ୍ର ଭୋଇ, ପିତା – ସମୀର ଭୋଇ ଜଣେ ଛୋଟ ଓ ଗରିବ ଚାଷୀ। ଦୀର୍ଘ ବର୍ଷ ହେଲା  ଏକ ଅଜଣା ରୋଗରେ ତାଙ୍କ ପୁଅ ପୀଡ଼ିତ ରହିଛି। ପୁଅର ଦେହ ସାରା ଘା ହୋଇଛି। ସେ ଘା’ ସବୁ ଶୁଖୁ ନ ଥିବାରୁ ସମୀର ତାଙ୍କ ପୁଅକୁ ଅନେକ ଜାଗାରେ ଡାକ୍ତର ଦେଖେଇ ଖର୍ଚ୍ଚାନ୍ତ ହେବା ସହ ସର୍ବସାନ୍ତ ହୋଇ ଯାଇଥିଲେ ମଧ୍ୟ ପୁଅର ଦେହ ଠିକ ହେଉନାହିଁ। ସମ୍ପ୍ରତି ଚାଷ କାମ ଚାଲି ଥିବାରୁ ସମୀର ତାଙ୍କ ସ୍ତ୍ରୀ ଏବଂ ଏସଡିସି ମେମ୍ବର ରୀନା ମାଝୀଙ୍କ ସହିତ ପୁଅକୁ ଆଜି ସୁନ୍ଦରଗଡ଼କୁ ପୁଣି ଡାକ୍ତରଙ୍କୁ ଦେଖେଇବା ପାଇଁ ପଠେଇ ଥିଲେ। ଏଠାରେ ଡାକ୍ତର ରୋଗୀକୁ ଦେଖିବା ପରେ କୌଣସି ବଡ଼ ଡାକ୍ତରଖାନାରେ ତାର ଚିକିତ୍ସା କରିବାକୁ ପରାମର୍ଶ ଦେଇ ଥିଲେ ।

ଏହା ଶୁଣିବା ପରେ ଗରିବ ମାଁ ଓ ପୁଅ ଚିନ୍ତାରେ ପଡ଼ିଯାଇଥିଲେ ଏବଂ ସାଙ୍ଗରେ ଥିବା ରୀନା ମାଝୀଙ୍କ ସହିତ ଆସି ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀଙ୍କୁ ସାକ୍ଷାତ କରି ସବୁ ବିଷୟ ଜଣେଇ  ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ପୁଅର ଚିକିତ୍ସା ପାଇଁ ଆର୍ଥିକ ସାହାଯ୍ୟ ଲାଗି ଅନୁରୋଧ କରିଥିଲେ। ସବୁ ବିଷୟ ଶୁଣିବା ପରେ ସାଙ୍ଗେ ସାଙ୍ଗେ ଶ୍ରୀ ତ୍ରିପାଠୀ ସମସ୍ତଙ୍କୁ ନେଇ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲିଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ସବୁ ବିଷୟ ଜଣେଇବା ସହିତ ରୋଗୀର ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସାହାଯ୍ୟ କରିବାକୁ ଏକ ଆବେଦନ ପତ୍ର ଦେଇ ଅନୁରୋଧ କରିଥିଲେ। ଜିଲ୍ଲାପାଳ ମହୋଦୟ ସବୁ ବିଷୟ ଶୁଣିବା  ପରେ ଏବଂ ରୋଗୀକୁ ଦେଖି ସବୁ ପଚାରି ବୁଝିବା ସହିତ ସାଙ୍ଗେ ସାଙ୍ଗେ ଆବେଦନ ଦରଖାସ୍ତକୁ ମଞ୍ଜୁର କରି ଜିଲ୍ଲା ଜରୁରୀକାଳିନ ଅଧିକାରୀଙ୍କ ପାଖକୁ ନିୟମ ମୁତାବକ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠେଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ଅସହାୟ ପରିବାରକୁ ସାହାଯ୍ୟ ପାଇଁ ତ୍ୱରିତ ପଦକ୍ଷେପ ନେଇଥିବାରୁ ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀ ଙ୍କ ସହିତ ସେଠାରେ ଉପସ୍ଥିତ ଥିବା ଜିଲ୍ଲା କୃଷକ ସେଲ ସମ୍ପାଦକ ସୁନୀଲ ମହାପାତ୍ର, ଏସଡିସି ମେମ୍ବର ରୀନା ମାଝୀ ଏବଂ ରୋଗୀର ପରିବାର ଜିଲ୍ଲାପାଳ ମହୋଦୟଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣେଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!