Skip to content
ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ, ଓଡ଼ିଶାର ଡାକରା କ୍ରମେ ଢେଙ୍କାନାଳ ଜିଲ୍ଲା ର ସମସ୍ତ ୮ଟି ବ୍ଲକର ୧୩୦ ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀ ଚଳିତ ମାସ ୧୮ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଛନ୍ତି। ଗ୍ରାମପଞ୍ଚାୟତ ସ୍ତରରେ ଓଡିଶା ସରକାରଙ୍କ ୨୯ଗୋଟି ଯୋଜନାକୁ ସଫଳ ରୂପାୟନ କରି ଚାଲୁଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ନିଜର ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ନିକଟରେ ବହୁବାର ଦାବି ପୂରଣ ପାଇଁ ଅନୁରୋଧ କରିଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୈାଣସି ଦାବି ପୂରଣ ହୋଇନାହିଁ । ଯଦି ସରକାର ସଂଘର ଏହି ଦୁଇଟି ଦାବି ଯଥା:- ପଞ୍ଚାୟତ ନିର୍ବାହୀ ଅଧିକାରୀ ପଦବୀ ର ଶିକ୍ଷା ଗତ ଯୋଗ୍ୟତା +୨ ରୁ +୩ କରିବା ସହିତ ଦରମା ହାର ଲେବୁଲ -୫ ରୁ ଲେବୁଲ -୯ କୁ ଧାର୍ଯ୍ୟ କରିବା ଓ ନୂତନ ପଦବୀ ସୃଷ୍ଟି କରି ୧୦ବର୍ଷ କାର୍ଯ୍ୟ ସମ୍ପନ୍ନ କରିଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ପଦୋନ୍ନତି ପ୍ରଦାନ ସହିତ ଜି ପି ଡି ଓ ପଦବୀରେ ଶତପ୍ରତିଶତ ପଦୋନ୍ନତି ପ୍ରଦାନ କରିବା ଓ ଓପିଆରଏସ କାଡ଼ର୍ ରୁଲରେ ଅନ୍ତର୍ଭୁକ୍ତ କରିବା। ଏହି ଗଣଧାରଣା ରେ ଜିଲ୍ଲା ସଭାପତି ସୁବ୍ରତ କୁମାର ମଲ୍ଲିକ, ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଓଡ଼ାପଡ଼ା ବ୍ଲକ ସଭାପତି ବିଶ୍ବନାଥ ପାଣି, ଗଁଦିଆ ବ୍ଲକ ସଭାପତି ଅନ୍ତର୍ଯ୍ୟାମୀ ବାରିକ, ହିନ୍ଦୋଳ ବ୍ଲକ ସଭାପତି ଦିନେଶ ଚନ୍ଦ୍ର ସାମଲ , କଙ୍କଡ଼ାହାଡ଼ ବ୍ଲକ ସଭାପତି ପ୍ରତାପ ଚନ୍ଦ୍ର ଦାସ, କାମାକ୍ଷାନଗର ବ୍ଲକ ସଭାପତି ଶୁସାନ୍ତ ସ୍ବାଇଁ, ଭୂବନ ବ୍ଲକ ସଭାପତି ବିନୋଦ କୁମାର ସାହୁ,ସଦର ବ୍ଲକ ସଭାପତି ସୁନିଲ କୁମାର ପରିଡ଼ା, ପରଜଙ୍ଗ ବ୍ଲକ ସଭାପତି ମୁନା ସୋରେନ୍। ଷ୍ଟେଟ୍ କାଉନସିଲ୍ ମେମ୍ବର ରତ୍ନାକର ଲେଙ୍କା, କୃଷ୍ଣ ଚନ୍ଦ୍ର ସାହୁ ଓ ସମସ୍ତ ବ୍ଲକ୍ ର ନିର୍ବାହୀ ଅଧିକାରୀ ମାନେ ସାମିଲ ହୋଇଛନ୍ତି।
Post Views: 181
error: Content is protected !!